Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଏନଡିଆରଏଫ ଡିଜି, ସମ୍ପୂର୍ଣ୍ଣ ପୁନଃଉଦ୍ଧାର ନସରିବା ଯାଏଁ ରାଜ୍ୟରେ ରହିବ ୫୦ଟି ଟିମ

11/05/2019 at 2:31 PM

ଭୁବନେଶ୍ବର୧୧|୫: ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଏନଡିଆରଏଫ ଡିଜି ସତ୍ୟ ନାରାୟଣ ପ୍ରଧାନ ।ବାତ୍ୟା ଫୋନି ଉଦ୍ଧାର କାର୍ଯ୍ୟ ନେଇ ଆଲୋଚନା ହୋଇଛି ।ଆଲୋଚନା ପରେ  ଏନଡିଆରଏଫ ଡିଜି ସତ୍ୟ ନାରାୟଣ ପ୍ରଧାନଙ୍କ ସୂଚନା ଦେଇଛନ୍ତି ଯେ୍, ଓଡିଶାରେ ମୋଟ୍ ୫୦ଟି ଏନଡିଆରଏଫ ଟିମ୍ ନିୟୋଜିତ ଅଛନ୍ତି ।ବିଦ୍ୟୁତ ସରବରାହ ପୁନଃଉଦ୍ଧାର ପାଇଁ ବିଶେଷ କରି ପୁରୀରେ ୬ଟି ଟିମ୍ ନିୟୋଜିତ ଅଛନ୍ତି ।

କେବଳ ବିଦ୍ୟୁତ ଖୁଣ୍ଟି ଓ ପୋଲ କାଟିବାକୁ କୋଲକାତାରୁ ୧୦ଟି ଗ୍ୟାସ କଟର ଓ ୫ଟି ପ୍ଲାଜମା କଟର ଅଣାଯାଇଛି ।ଯଥାଶୀଘ୍ର ଶକ୍ତି ପୁନଃଉଦ୍ଧାର କରିବା ହେଉଛି ମୁଖ୍ୟ କାମ ।ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ବରରେ ଖୋଲାଯାଇଛି  ଏନଡିଆରଏଫ ଡିଜିଙ୍କ କ୍ୟାମ୍ପ ଅଫିସ ।ଯେପର୍ଯ୍ୟନ୍ତ ପନୁଃଉଦ୍ଧାର କାର୍ଯ୍ୟ ଶେଷ ନହୋଇଛି ସେପର୍ଯ୍ୟନ୍ତ ଓଡିଶାରେ ରହିବ ଏନଡିଆରଏଫ ଟିମ୍ ।

ଉଦ୍ଧାର କାର୍ଯ୍ୟ ବେଳେ ୩ ଜଣ ଏନଡିଆରଏଫ କର୍ମଚାରୀ ଆହତ ହୋଇଛନ୍ତି ।ପ୍ରବଳ ଖରା ଓ ଗରମ ଯୋଗୁ ଆଉ କିଛି କର୍ମଚାରୀ ଅଂଶୁଘାତରେ ଆକ୍ରାନ୍ତ ହୋଇଛନ୍ତି ।

   Related Posts