ଓଡିଶାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ତିନି ଜଣିଆ ଟିମ୍, ଫୋନି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

Published By : Prameya-News7 Bureau | June 11, 2019 IST

ଭୁବନେଶ୍ବର ୧୧|୬: ଗୋଟିଏ ପଟେ ନବୀନ ଦିଲ୍ଲୀରେ ଫୋନି ସହାୟତା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ କେନ୍ଦ୍ରରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବା ଏନଡିଏମଏର ତିନି ଜଣିଆ ଟିମ୍ ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ଏସଆରସିଙ୍କ କାର୍ଯ୍ୟାଳୟରେ ବୈଠକ ସାରିବା ପରେ ଫୋନି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବାକୁ ଯାଇଛି ଟିମ୍ । ୧୩ ଯାଏଁ ଟିମ୍ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବ ।

ଆସନ୍ତାକାଲି ରାଜସ୍ବ ମନ୍ତ୍ରୀଙ୍କ  ସହ ବୈଠକ ହେବାର କାର୍ଯ୍ୟକ୍ରମ ଥିବା ବେଳେ,  ୧୩ରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିବ ଟିମ୍ । ବୈଠକ ପରେ କ୍ଷୟକ୍ଷତିର ରିପୋର୍ଟ କେନ୍ଦ୍ରକୁ ଦିଆଯିବ । ସେହିପରି ପୁରୀ, ଭୁବନେଶ୍ବର, କଟକ, ବ୍ରହ୍ମପୁର, ବାଲେଶ୍ବର ଓ ରାଉରକେଲାରେ ଖୁବଶୀଘ୍ର ଅଣ୍ଡରଗ୍ରାଉଣ୍ଡ କ୍ୟାବଲିଂ ନେଇ ନିଷ୍ପତ୍ତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.