ନୂଆଦିଲ୍ଲୀ ୨୧।୫: ଦକ୍ଷିଣ ବଙ୍ଗୋପସାଗରରୁ ଉଠିଥିବା ଘୂର୍ଣ୍ଣିବାତ୍ୟା ‘ଅମ୍ଫାନ’ ବୁଧବାର ଅପରାହ୍ନରେ ଓଡିଶା-ପଶ୍ଚିମବଙ୍ଗ ସୀମା ଦେଇ ଭୂ-ଭାଗକୁ ପ୍ରବେଶ କରିଥିଲା। ଯାହା କ୍ରମଶଃ ଦୁର୍ବଳ ହୋଇଯାଇଛି। ତେବେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଗୁରୁବାର ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ବାତ୍ୟା ପ୍ରଭାବିତ ଉଭୟ ରାଜ୍ୟଙ୍କ ଲାଗି ନୂଆ ସତର୍କତା ଜାରି କରିଛନ୍ତି। ଏଥିରେ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ନ ମିଳିବା ପର୍ଯ୍ୟନ୍ତ ଲୋକଙ୍କୁ ନିଜନିଜ ସ୍ଥାନରେ ରହିବାକୁ ଏନଡିଏମଏ ଚେତାବନୀ ଦେଇଛନ୍ତି।
wp:html/wp:html {"id":273802,"width":581,"height":327,"sizeSlug":"large"}#CycloneAmphan | Only venture out after a #Cyclone when "All Clear" Messages are declared by the Government Officials. pic.twitter.com/LCOPAOMl6F
— NDMA India (@ndmaindia) May 21, 2020
ଘୂର୍ଣ୍ଣିବାତ୍ୟା ଅମ୍ଫାନ ଯୋଗୁ ମେ ୨୦ ତାରିଖ ଦିନ ଓଡିଶାରେ ଭୂ-ସ୍ଖଳନ ହୋଇଥିବା ବେଳେ ଦେଶର ବିଭିନ୍ନ ସ୍ଥାନର ପାଗକୁ ପ୍ରଭାବିତ କରିଛି ବୋଲି ଏନଡିଏମଏ କହିଛନ୍ତି। ୧୯୯୯ ମସିହା ପରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହା ଦ୍ୱିତୀୟ ସୁପରସାଇକ୍ଲନ। ତେବେ ଓଡିଶା ଉପକୂଳ ଅତିକ୍ରମ କରିବା ବେଳକୁ ଯଦିଓ ଏହା ଅତିଭୀଷଣ ବାତ୍ୟାରେ ପରିଣତ ହୋଇସାରିଥିଲା ତଥାପି ଘଣ୍ଟାପ୍ରତି ୧୧୨ରୁ ୧୩୦ କିଲୋମିଟର ବେଗରେ ପବନ ସହ ୫ ଘଣ୍ଟାକାଳ ପଶ୍ଟିମବଙ୍ଗ ଉପକୂଳରେ ତାଣ୍ଡବ ରଚିଥିଲା।
{"id":273798,"sizeSlug":"large"}ବାତ୍ୟାଯୋଗୁ ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତି ଅଞ୍ଚଳ ସାଙ୍ଗକୁ ଆଭ୍ୟନ୍ତରିଣ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବଡବଡ ଗଛ ଉପୁଡି ରାସ୍ତାରେ ପଡିଥିବା ବେଳେ ଅନେକ ସ୍ଥାନରେ ଯୋଗାଯୋଗ ବିଛିନ୍ନ ହୋଇଛି। ସେହିପରି ଘରଦ୍ୱାର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ବିଭିନ୍ନ ସ୍ଥାନରେ ଧ୍ୱଂସାବଶେଷ ପଡି ରହିଛି। ଉଭୟ ରାଜ୍ୟରେ ମୁତୟନ ଏନଡିଏମଏ ଏ ସବୁ ସଫା କରିବା କାମରେ ଏବେ ଲାଗିଛନ୍ତି। ଏଣୁ ଯୋଗାଯୋଗ ଲାଗି ରାସ୍ତାଘାଟ ଫିଟିବା ପର୍ଯ୍ୟନ୍ତ ଯିଏ ଯେଉଁ ସ୍ଥାନରେ ଅଛନ୍ତି ଆଉ କିଛି ସମୟ ସେହିଠାରେ ଅଟକି ରହିବାକୁ ଏନଡିଏମଏ ଲୋକଙ୍କୁ ନିବେଦନ କରିଛନ୍ତି।
{"id":273799,"sizeSlug":"large"}ରାସ୍ତାଘାଟରେ ଗଛ, ଟିଣ ଆଡବେଷ୍ଟେସ ଓ ଅନ୍ୟ ଭଙ୍ଗା ନିର୍ମାଣ ସାମଗ୍ରୀ ପଡି ରହିଥିବାରୁ ସମଗ୍ର ବାତ୍ୟାବିଧ୍ୱଂସ୍ତ ଅଞ୍ଚଳ ଅସୁରକ୍ଷିତ ହୋଇ ପଡିଛି। ଏଣୁ ଲୋକେ ଘରୁ ପଦାକୁ ବାହାରିବାମାତ୍ରେ ଦୁର୍ଘଟଣାର ଶିକାର ହେବାର ଆଶଙ୍କା ରହିଛି। ସେହିପରି ଲୋକେ ନିଜ ଉଦ୍ୟମରେ ଗଛକାଟି ରାସ୍ତା ସଫା କରୁଥିବାର ମଧ୍ୟ ଦେଖାଯାଉଛି। ଆବଶ୍ୟକ ଉପକରଣ ନଥାଇ ବିପଦପୂର୍ଣ୍ଣ କାମ ହାତକୁ ନେବା ଦ୍ୱାରା ଦୁର୍ଘଟଣାର ଭୟ ମଧ୍ୟ ରହୁଛି। ଏଥିରେ ଲୋକେ ଏନଡିଏମଏର କାମ ସୁଗମ କରିବା ଲାଗି ସହଯୋଗ କରିବା ସହ ଘରୁ ପଦାକୁ ବାହାରିବା ଲାଗି ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି।
{"id":273801,"sizeSlug":"large"}