Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ୱେଲିଂଟନ ଟେଷ୍ଟ : ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ 144/4, ୩ ଓ୍ବିକେଟ ନେଲେ ବୋଲ୍ଟ

23/02/2020 at 12:21 PM

ୱେଲିଂଟନ ୨୩।୦୨: ନ୍ୟୁଜିଲାଣ୍ଡର ୱେଲିଂଟନର ବେସିନ୍‌ ରିଜର୍ଭ ଗ୍ରାଉଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଖେଳ ଜାରି ରହିଛି । ତେବେ ପ୍ରଥମ ମ୍ୟାଚ୍‌ରେ ତୃତୀୟ ଦିନର ଖେଳ ଶେଷ ହୋଇଛି । ଭାରତୀୟ ଟିମ୍‌ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୪ଓ୍ବିକେଟ ହରାଇ ୧୪୪ରନ୍‌ ସଂଗ୍ରହ କରିଛନ୍ତି । ଭାରତ ପକ୍ଷରୁ ଓପନର ମୟଙ୍କ ଅଗ୍ରଓ୍ବାଲ ସର୍ବାଧିକ ୫୮ରନ୍‌ କରଛନ୍ତି । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି । ଭାରତ ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୩୯ରନ୍‌ ପଛରେ ରହିଛି ।

ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରଥମ ଇନିଂସରେ ଟମ୍‌ ଲାଥମ ୧୧, ଟିମ୍‌ ବ୍ଲଣ୍ଡେଲ୍‌ ୩୦, ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ ୮୯, ରସ୍‌ ଟେଲର ୪୪, ନିକୋଲାସ୍‌ ୧୭, ଓ୍ବାଲଟିଙ୍ଗ ୧୪, ଗ୍ରାଣ୍ଡହୋମ ୪୩, ସାଉଦି୬, ଜାମିସନ ୪୪, ବୋଲ୍ଟ ୩୮, ପଟେଲ ୪ରନ୍ କରିଛନ୍ତି । କିଓ୍ବି ଟିମ୍‌ ୧୦୦.୨ ଓଭର ଖେଳି ସମସ୍ତ ଓ୍ବିକେଟ ହରାଇ ୩୪୮ରନ୍‌ କରିଛି । ସେହିପରି ଭାରତ ପକ୍ଷରୁ ପୁଣି ବିଦେଶୀ ପିଚ୍‌ରେ ଚମିକିଛନ୍ତ ଦ୍ରୁତ ବୋଲର ଇଶାନ୍ତ ଶର୍ମା । ଇଶାନ୍ତ ଶର୍ମା ୨୨.୨ଓଭର ବୋଲିଂ କରି ୫ଓ୍ବିକେଟ ନେଇଛନ୍ତି । ଯାହା ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତ ପକ୍ଷରୁ ସର୍ବାଧିକ ଓ୍ବିକେଟ ନେଇଥିବା ବୋଲର । ସେହିପରି  ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ ୩ଓ୍ବିକେଟ ନଇଥିବା ବେଳେ ସାମି ଓ ବୁମରାହ ୧-୧ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ଟେଷ୍ଟ ମ୍ୟାଚ୍‌ରେ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । କିଛି ସମୟ ଧରି ଠିକଣା ଭାବେ ଖେଳୁଥିଲେ ମଧ୍ୟ ପ୍ରଥମ ଇନିଂସ ପରି ପ୍ରାରମ୍ଭିକ ଝଟକା ଲାଗିଥିଲା ଭାରତୀୟ ଟିମ୍‌କୁ । ଦଳର ଓପନର ପୃଥୀ ସ ୧୪ରନ୍‌ କରି ପାଭିଲିୟନ ଫେରିଯାଇଛନ୍ତି । ଦଳୀୟ ୨୭ରନ୍‌ ହୋଇଥିବା ବେଳେ ଦଳକୁ ପ୍ରଥମ ଝଟକା ଲାଗିଥିଲା । ତେବେ ଭାରତ ପକ୍ଷରୁ ପୃଥୀ ସ ୧୪, ମୟଙ୍କ ଅଗ୍ରଓ୍ବାଲ ୫୮, ଚେତେଶ୍ବର ପୂଜାରା ୧୧, ଅଧିନାୟକ କୋହଲି ୧୯ରନ୍‌ କରି ଆଇଉଟ ହୋଇଛନ୍ତି । ତେବେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଆଜିଙ୍କ୍ୟ ରାହାଣେ ୨୫ ଓ ହନୁମା ବିହାରି ୧୫ରନ୍‌ କରି ଅପରାଜିତ ରହିଛନ୍ତି । ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୩୯ରନ୍‌ ପଛରେ ରହିଛି ଟିମ୍‌ ଇଣ୍ଡିଆ ।

   Related Posts