ଦେଶରେ ବଢୁଛି କରୋନା ସଂକ୍ରମଣ, ଗତ ୨୪ଘଣ୍ଟାରେ ୨୧୮୨୧ କୋଭିଡ଼ ସଂକ୍ରମିତ ଚିହ୍ନଟ
31/12/2020 at 10:40 AM

ନୂଆଦିଲ୍ଲୀ ୩୧।୧୨: କରୋନା ଭାଇରସରେ ଦୈନିକ ସଂକ୍ରମଣ ସଂଖ୍ୟା କେତେବେଳେ କମିବା ତ କେତେବେଳ ବଢିବାରେ ଲାଗିଛି । ଗୁରୁବାର ଦିନ ୨୧ ହଜାର ୮୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୯ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗତ ୨୪ଘଣ୍ଟାରେ ୨୬ ହଜାର ୧୩୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
India reports 21,821 new COVID-19 cases, 26,139 recoveries, and 299 deaths in last 24 hours, as per Union Health Ministry
— ANI (@ANI) December 31, 2020
Total cases: 1,02,66,674
Active cases: 2,57,656
Total recoveries: 98,60,280
Death toll: 1,48,738 pic.twitter.com/hKm8A2aBHO
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ କରୋନା ଭାଇରସରେ ୨୧,୮୨୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୨,୬୬,୬୭୪ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୨୯୯ଜଣଙ୍କ ପ୍ରାଣହାନୀ ହୋଇଛି । ଦେଶରେ ଏବେ ଯାଏଁ ୧,୪୮,୭୩୮ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୮,୬୦,୨୮୦ରେ ପହଁଞ୍ଚିଛି ।
ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ଲକ୍ଷ ତଳେ ରହିଛି । ଦେଶରେ କରୋନାରୁ ୨,୫୭,୬୫୬ ଆକ୍ଟିଭ୍ କେସ୍ ରହିଛି । ଲଗାତର ଭାବେ କରୋନାର ଆକ୍ଟିଭ୍ କେସ ଓ ସୁସ୍ଥ ସଂଖ୍ୟା ମଧ୍ୟରେ ବଡଧରଣ ଅନ୍ତର ରହିଆସିଛି । ଯାହାଫଳରେ କି କରୋନା ବିରୋଧରେ ଚାଲିଥିବା ଲଢେଇକୁ ଜୋରଦାର ଭାବେ ଲଢୁଛନ୍ତି ଭାରତୀୟବାସୀ ।