Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୮୨୩ କୋଭିଡ଼ ସଂକ୍ରମିତ ଚିହ୍ନଟ

20/01/2021 at 11:35 AM

ନୂଆଦିଲ୍ଲୀ ୨୦।୦୧:  ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ-ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧୩,୮୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୨ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଲଗାତର ଭାବେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଦେଶରେ କରୋନା ଆକ୍ଟିଭ୍‌ କେସ୍‌ ୨ଲକ୍ଷ ତଳକୁ ଆସିଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ ୧୩,୮୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଯାହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୫,୯୫,୬୬୦ରେ ପହଞ୍ଚିଛି । ସେହିପରି ଗତ  ୨୪ଘଣ୍ଟାରେ ୧୬୨ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୃତ୍ୟୁ ସଂଖ୍ୟା ୧,୫୨,୭୧୮ରେ ପହଞ୍ଚିଛି । ସେହିପରି ଦେଶରେ କରୋନାରୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ସୁଦ୍ଧାରେ ଦେଶରେ ୧ କୋଟିରୁ ଅଧିକ ଲୋକ କରୋନାରୁ ସୁସ୍ଥ ହୋଇସାରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଦେଶରେ ୧,୦୨,୪୫,୭୪୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୬,୭୦ ପ୍ରତିଶତ ରହିଛି । ଅନ୍ୟପଟେ ଦେଶରେ ଅନେକ ଦିନ ପରେ କରୋନା ଆକ୍ଟିଭ୍‌ କେସ୍‌ ସଂଖ୍ୟା କମିଛି । ଏବେ ମୋଟ ଆକ୍ଟିଭ୍‌  ସଂଖ୍ୟା ୧,୯୭,୨୦୧ରେ ରହିଛି । ଯାହାକୁ ଅନେକ ଦିନ ପରେ କରୋନା ବିରୋଧୀ ଲଢେଇ ଲାଗି ସଫଳ ହୋଇଛି । ଦେଶରେ ମୃତ୍ୟୁ ହାର ୧.୪୪ ପ୍ରତିଶତ ରହିଛି ।

   Related Posts