Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଦେଶରେ କରୋନାର ଦୈନିକ ସଂକ୍ରମଣର ବଡଧରଣ ହ୍ରାସ, ଗତ ୨୪ଘଣ୍ଟାରେ ୧୦,୦୬୪ କୋଭିଡ଼ ସଂକ୍ରମିତ ଚିହ୍ନଟ

19/01/2021 at 10:37 AM

ନୂଆଦିଲ୍ଲୀ ୧୯।୦୧: କରୋନା ଭାଇରସର ସଂକ୍ରମଣ ସଂଖ୍ୟାରେ ବଡ଼ଧରଣ ହ୍ରାସ ପାଇଛି । ମଙ୍ଗଳବାର ଦିନ ଏହି ସଂଖ୍ୟା କମିଥିବାର ଦେଖିବାକୁ ଲାଗିଛି । ଗତ ୨୪ଘଣ୍ଟାରେ ୧୦,୦୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ କିଛି ମାସ ମଧ୍ୟରେ ଗୋଟିଏ ଦିନରେ ଏତେ କମ୍‌ ପରିମାଣର ଚିହ୍ନଟ ହୋଇଛନ୍ତି । ସୋମବାର ଦିନ ୧୩,୭୮୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ସେହିପରି ଦେଶରେ ସଂକ୍ରମଣ ମୁକ୍ତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ୧୦,୦୬୪ କରୋନା  ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ୧୩୭ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୦୫,୮୧,୮୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ସେହିପରି ଏବେ ଯାଏଁ କରୋନାରେ ୧,୫୨,୫୫୬ଜଣଙ୍କ ମୃତ୍ୟୁ ହୋଇସାରିଛି ।

ଅନ୍ୟପଟେ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଚାରେ ଦେଶରେ ୧୭,୪୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ ଦେଶରେ ଏବେ ଯାଏଁ ୧,୦୨,୨୮,୭୫୩ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଲଗାତର ଭାବେ କରୋନାର ଆକ୍ଟିଭ୍‌ କେସ୍‌ ୩ଲକ୍ଷ ତଳେ ରହିଛି । ଦେଶରେ ଏବେ କରୋନାର ସକ୍ରିୟ କେସ୍‌ ୨,୦୦,୫୨୮ରେ ରହିଛି ।

   Related Posts