ପାକିସ୍ତାନ ଅଧିକାରୀଙ୍କୁ ସାମ୍ନାରେ ବସାଇ ଜେରା କଲେ ଭାରତୀୟ ବିଦେଶ ମନ୍ତ୍ରାଳୟ; ପୁଲଓ୍ବାମା ଘଟଣାକୁ ମଧ୍ୟ ମନେ ପକାଇଦେଲେ

Published By : Prameya-News7 Bureau | November 21, 2020 IST

ନୂଆଦିଲ୍ଲୀ ୨୧/୧୧ : ଜାମ୍ମୁ-କାଶ୍ମୀରର ନାଗରୋଟରେ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ଭାରତୀୟ ସେନା ପଣ୍ଡ କରିବା ପରେ ପାକିସ୍ତନକୁ ଆଉ ଏକ କଡା ସନ୍ଦେଶ ଦେଇଛି । ଭାରତୀୟ ବିଦେଶ ମନ୍ତ୍ରାଳୟ ଦିଲ୍ଲୀ ସ୍ଥିତ ପାକିସ୍ତାନ ଉଚ୍ଚାୟୋଗର ଅଧିକାରୀଙ୍କୁ ଭେଟି ଅସନ୍ତୋଷ ବ୍ୟକ୍ତ କରିବା ସହ କହିଛନ୍ତି ଯେ ପଡୋଶୀ ଦେଶ ଆମ ଜମିରେ ଆତଙ୍କ ସୃଷ୍ଟି କରିବା ବନ୍ଦ କରିବା ଉଚିତ ।

{"id":365402,"width":577,"height":312,"sizeSlug":"large"}

ବିଦେଶ ମନ୍ତ୍ରାଳୟ ନିଜ ବୟାନରେ କହିଛି ଭାରତୀୟ ସୁରକ୍ଷା ବଳ ଜାମ୍ମୁର ନାଗରୋଟରେ ୧୯ ନଭେମ୍ବର ୨୦୨୦ରେ ଏକ ବଡଧରଣର ଆତଙ୍କୀ ହାମଲାକୁ ପଣ୍ଡ କରିଦେଇଛି । ଭାରତୀୟ ସେନାଙ୍କ ଦ୍ବାରା ଏନକାଉଣ୍ଟରରେ ନିପାତ ହୋଇଥିବା ଆତଙ୍କବାଦୀ ଜୈସ-ଇ-ଅହମ୍ମଦର ସଂଗଠନର ବୋଲି ଜଣାପଡିଥିଲା । ଲଗାତର ଭାବେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିବା ଜୈସ ସଂଗଠନ ପାଇଁ ଭାରତ ସରକାର ପାକିସ୍ତାନ ଉଚ୍ଚାୟୋଗର ଅଧିକାରୀଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରିଛନ୍ତି ।

{"id":365403,"width":576,"height":382,"sizeSlug":"large"}

ଏହି ବୟାନରେ ବିଦେଶ ମନ୍ତ୍ରାଳୟ ଆହୁରୀ ମଧ୍ୟ କହିଛି ଯେ ଅତୀତରେ ମଧ୍ୟ ଜୈସ ଭାରତ ବିରୋଧରେ ଆକ୍ରମଣ କରିସାରିଛି । ୨୦୧୯ ପୁଲଓ୍ବାମା ଆକ୍ରମଣରେ ମଧ୍ୟ ଜୈସ-ଇ-ଅହମ୍ମଦ ଆତଙ୍କୀ ସଂଗଠନର ହାତ ଥିଲା । ତେବେ ପ୍ରତିଥର ନିହତ ହେଉଥିବା ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି । ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରରେ ଶାନ୍ତି ଏବଂ ସୁରକ୍ଷାକୁ ଭାଙ୍ଗିବାକୁ ଚାହୁଁଛନ୍ତି । ଖାସ କରି ଜାମ୍ମୁ-କାଶ୍ମୀରରେ ହେବାକୁ ଥିବା ଜିଲ୍ଲା ବିକାଶ ବରିଷଦ ନିର୍ବାଚନକୁ ଭଣ୍ଡୁର କରିବାକୁ ଚାହୁଁଛନ୍ତି ।

{"id":365404,"width":580,"height":570,"sizeSlug":"large"}

ବିଦେଶ ମନ୍ତ୍ରାଳୟ କହିଛି ଯେ, ଏ ବାବଦରେ ଦିଲ୍ଲୀ ସ୍ଥିତ ପାକିସ୍ତାନ ଉଚ୍ଚାୟୋଗଙ୍କୁ ଜବାବ ତଲବ କରିବା ସହ ନାଗରୋଟ ଘଟଣାର କଡା ବିରୋଧ କରାଯାଇଥିଲା । ତେବେ ଏହି ଗସ୍ତରେ ପାକିସ୍ତାନକୁ କୁହାଯାଇଛି କି ସେ ନିଜ ଦେଶରେ ଆତଙ୍କବାଦୀ ଏବଂ ଆତଙ୍କୀ ଗତିବିଧିକୁ ଶେ​‌ଷ କରିବାକୁ ପଦକ୍ଷେପ ଗ୍ରହଣ କରିବା ସହ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ସମ୍ପର୍ଣ୍ଣ ବନ୍ଦ କରିବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.