ଆସନ୍ତା କାଲିଠୁ ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାରେ ଶିଶୁମାନଙ୍କ ପାଇଁ ମାଗଣାରେ କ୍ଷୀର ବାଣ୍ଟିବ ରାଷ୍ଟ୍ରୀୟ ଡାଏରି ବିକାଶ ବୋର୍ଡ
22/05/2019 at 7:11 PM

ଭୁବନେଶ୍ବର୨୨|୫: ଆସନ୍ତା କାଲିଠୁ ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାରେ ଶିଶୁମାନଙ୍କୁ କ୍ଷୀର ବାଣ୍ଟିବ ରାଷ୍ଟ୍ରୀୟ ଡାଏରି ବିକାଶ ବୋର୍ଡ। ରାଜ୍ୟ ସରକାର, ଓମଫେଡ, ଓ ରାଷ୍ଟ୍ରୀୟ ଡାଏରି ବିକାଶ ବୋର୍ଡ ମିଳିତ ଭାବେ ଫୋନି ପ୍ରଭାବିତ ପୁରୀ ଜିଲ୍ଲାରେ ୬ ମାସରୁ ୬ ବର୍ଷ ଶିଶୁ ମାନଙ୍କୁ ମାଗଣାରେ ଦୁଗ୍ଧ ବାଣ୍ଟିବ।
ଏଥିପାଇଁ ରାଷ୍ଟ୍ରୀୟ ଡାଏରି ବିକାଶ ବୋର୍ଡ ମାଗଣାରେ କ୍ଷୀର ଯୋଗାଇଦେବ। ୨୬ ଶହ ଅଙ୍ଗନଓ୍ବାଡି କେନ୍ଦ୍ରରେ ପାଠ ପଢୁଥବା ଅଙ୍ଗନଓ୍ବାଡି ଛାତ୍ରଛାତ୍ରୀଙ୍କୁ ଦୁଗ୍ଦ ଯୋଗାଇ ଦିଆଯିବ। ୨୦୦ ମିଲି ଲିଟରର ୬ଲକ୍ଷ ପାକେଟ ଫ୍ଲେଭର କ୍ଷୀର ଯୋଗାଇଦିଆଯିବ ବୋଲି ରାଷ୍ଟ୍ରୀୟ ଡାଏରି ବିକାଶ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।