Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

CAA ରଦ୍ଦ ପାଇଁ ଏନଡିଏ ବୈଠକରେ ଦାବି କଲେ ମେଣ୍ଟ ସହଯୋଗୀ, ଜାଣନ୍ତୁ କହିଲେ କ’ଣ ?

28/11/2021 at 8:27 PM

ନୂଆଦିଲ୍ଲୀ ୨୮।୧୧:  ବିଜେପି ନେତୃତ୍ୱାଧୀନ ଏନଡିଏ ସହଯୋଗୀ ଦଳଙ୍କ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେଘାଳୟ ଲୋକସଭା ସାଂସଦ ତଥା ନ୍ୟାସନାଲ ପ୍ୟୁପିଲ୍ସ ପାର୍ଟି (ଏନପିଏ) ନେତ୍ରୀ ଅଗାଥା ସଙ୍ଗମା ନାଗରିକତା ସଂଶୋଧନ ଅଧିନିୟମ (ସିଏଏ)କୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି। ଲୋକଙ୍କ ହୀତ ଲାଗି ସରକାର୩ କୃଷି ଆଇନ ରଦ୍ଦ କରିଛନ୍ତି ଏଣୁ ଉତ୍ତର-ପୂର୍ବ ଲୋକଙ୍କ ଭାବନାକୁ ଧ୍ୟାନରେ ରଖି ସିଏଏକୁ ମଧ୍ୟ ସରକାର ନିରସ୍ତ କରନ୍ତୁ ବୋଲି ଅନୁରୋଧ କରିଛନ୍ତି।

ବୈଠକ ପରେ ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନଥିବା ସଙ୍ଗମା ଗଣମାଧ୍ୟମକୁ କହିଛନ୍ତି। ହେଲେ ଦାବିପ୍ରତି ଧ୍ୟାନ ଦିଆଯାଇପାରେ ବୋଲି ଆଶାବ୍ୟକ୍ତ କରିଛନ୍ତି। ତେବେ ସେ ଏହି ଦାବି ତାଙ୍କ ପାର୍ଟି ଓ ଉତ୍ତର-ପୂର୍ବ ଲୋକଙ୍କ ପକ୍ଷରୁ କରିଥିବା କହିଛନ୍ତି। ତେବେ ବୈଠକରେ ଏନଡିଏର ଅନ୍ୟତମ ସହଯୋଗୀ ଏଆଇଡିଏମକେ କେନ୍ଦ୍ର  ସରକାରଙ୍କୁ ବିଧେୟକ ଗୃହୀତ କରାଇବାରେ ସହଯୋଗ କରିବେ ବୋଲି କହିଥିବା ସଙ୍ଗମା ସୂଚିତ କରିଛନ୍ତି।

ସେପଟେ ରବିବାର ବିଜେପି ସାଂସଦୀୟ ଦଳର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ସଂସଦର ଶୀତକାଳୀନ ଅଧିବେଶନ ଲାଗି ମୋଟ ୨୬ଟି ବିଧେୟକକୁ ସୂଚୀବଦ୍ଧ କରାଯାଇଛି। ଏଥିରେ ୩ କୃଷି ଆଇନ ନିସ୍ତାରଣ ବିଧେୟକକୁ ପ୍ରାଥମିକତା ଦିଆଯାଇଛି। ଏହା ସହ କ୍ରେଫ୍ଟୋକରେନ୍ସୀ ନିୟମକୁ ମଜଭୁତ କରିବା ପାଇଁ କ୍ରେଫ୍ଟୋ କରେନ୍ସୀ ଏବଂ ଅଧିକାରୀକ ଡିଜିଟାଲ ମୁଦ୍ରା ନିୟାମକ ବିଧେୟକ ୨୦୨୧ ମଧ୍ୟ ରହିଛି।

   Related Posts