Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ସମଗ୍ର ଦେଶରେ ଆଞ୍ଚଳିକ ଦଳର ଦବଦବା , ନଜର ପକାଇଛନ୍ତି ଏନଡିଏ ଓ ୟୁପିଏ

6/03/2019 at 6:09 PM

ଓଡ଼ିଶାରେ ବିଜେଡି ଦୀର୍ଘ ଦିନ ଧରି ଅଛି ଶାସନରେ । ଠିକ୍‌ ସେହିପରି ଆଞ୍ଚଳିକ ଦଳଙ୍କ ଗଡ଼ ହୋଇଛି, ତେଲେଙ୍ଗାନା , ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଆଦି ଆଉ କିଛି ରାଜ୍ୟ । ମମତା ବାନାର୍ଜୀ ହୁଅନ୍ତୁ ବା ଉଦ୍ଧବ ଠାକରେ, ଆପ୍‌ ନେତା ଅରବିନ୍ଦ କେଜରିୱାଲ ଏବଂ ତେଲେଙ୍ଗାନାର ଅନବିଟିନ୍ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କିମ୍ବା ଟିଡିପି ସୁପ୍ରିମୋ ଚନ୍ଦ୍ରାବାବୁ ନାଇଡୁ ସମସ୍ତେ ରିଜିଓନାଲ ବିଗ୍‌ ସଟ୍ । ନୀତିଶ କୁମାର, କୁମାରସ୍ବାମୀ ପ୍ରଭୃତି ସେମାନଙ୍କ ପତିଆରା ପ୍ରମାଣିତ କରିଛନ୍ତି । କେବଳ ସେତିକି ନୁହେଁ , ଦେଶର ଅଧିକାଂଶ ଉତ୍ତରପୂର୍ବ ରାଜ୍ୟରେ ଆଞ୍ଚଳିକ ଦଳଙ୍କ ସହଯୋଗ ଏବଂ ସମର୍ଥନରେ ସରକାର ଚାଲିଛି । ସରକାରରେ ହେଉ ବା ବିରୋଧି ଶିବିର, ଆଞ୍ଚଳିକ ଦଳ ବିଭିନ୍ନ ମେଣ୍ଟରେ ରହିଛନ୍ତି । ମେଣ୍ଟ ନକରି ମଧ୍ୟ ଦବଦବା ରଖିଛନ୍ତି । 

ରାଜ୍ୟ ଶାସନ ବା ଦେଶ ଶାସନ , ସବୁଥିରେ ଆଞ୍ଚଳିକ ଦଳଙ୍କ ପ୍ରଭାବ । ପୂର୍ବ,ପଶ୍ଚିମ, ଉତ୍ତର, ଦକ୍ଷିଣ  ବିଭିନ୍ନ ରାଜ୍ୟରେ ଶାସକ ବା ବିରୋଧି ଆସନରେ ଅଛନ୍ତି ଅନେକ ଆଞ୍ଚଳିକ ଦଳ । ଏନଡିଏ ରେ କିଏ ଅଂଶିଦାର ତ କିଏ ୟୁପିଏ  ଅଥବା ଅନ୍ୟ ସାମୁଖ୍ୟ ସହ ଭଲ ସଂପର୍କରେ  । ତେବେ ଅଧିକ ଦବଦବା ରଖିଥିବା ଆଞ୍ଚଳିକ ଦଳରେ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି, ତେଲୁଗୁ ଦେଶମ, ୱାଇଏସଆର କଂଗ୍ରେସ ପାର୍ଟି, ତୃଣମୂଳ କଂଗ୍ରେସ, ଶିବସେନା, ଏଆଇଏ ଡିଏମ୍‌କେ , ଡିଏମ୍‌କେ, ସଂଯୁକ୍ତ ଜନତା ଦଳ, ଧର୍ମନିରପେକ୍ଷ ଜନତା ଦଳ, ଆସାମ ଗଣ ପରିଷଦ, ନ୍ୟାସନାଲିଷ୍ଟ ପ୍ୟୁପିଲ୍ସ ପାର୍ଟି, ପିଡିପି , ନ୍ୟାସନାଲ କନଫରେନ୍ସ ଆଦି ଆହୁରି ଅନେକ । ବିଭିନ୍ନ ରାଜ୍ୟରେ ରହିଛି ସେମାନଙ୍କ ଦବଦବା । କିଏ ଏନଡିଏର ଅଂଶିଦାର ତ କିଏ ଘୋର ବିରୋଧୀ । କିଏ କଂଗ୍ରେସ ପ୍ରତି ନରମ ତ କିଏ ଉଭୟ କଂଗ୍ରେସ ଏବଂ ବିଜେପିର ବିରୋଧୀ ।

ତେଲେଙ୍ଗାନା ରାଷ୍ଟ୍ରିୟ ସମିତି । ବିଜେଡି ଭଳି କଂଗ୍ରେସ ଏବଂ ବିଜେପି ଠାରୁ ଦୂରେଇ ରହୁଥିବା କେ. ଚନ୍ଦ୍ରଶେଖରରାଓଙ୍କ ଏହି ଦଳ ତେଲେଙ୍ଗାନା ରାଜ୍ୟ ଗଠନ ପରଠୁ ଲଗାତର କ୍ଷମତା ଦଖଲକରିଛି । ନିର୍ବାଚନୀ ସଫଳତା ସହ ଲୋକପ୍ରିୟତାରେ ଏହି ଦଳ ବିରୋଧୀଙ୍କ ଇର୍ଷାରେ ରହିଛି । ଠିକ୍ ସେହିପରି ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବଧୀନ ଆଞ୍ଚଳିକ ଦଳ ଟିଡିପି ଏବେ ପ୍ରଭାବ ବୃଦ୍ଧି କରି ୨୦୧୯ର କିଙ୍ଗ୍‌ମେକର ହେବା ପ୍ରୟାସରେ । ୪୨ ଲୋକସଭା ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ଉପରେ ସମସ୍ତଙ୍କ ନଜର । କିନ୍ତୁ କ୍ଷମତାସୀନ ଟିଏମସିର ନେତ୍ରୀ ମମତା ବାନାର୍ଜୀ କେବଳ ରାଜ୍ୟ ନୁହେଁ ଜାତୀୟ ରାଜନୀତିରେ ପ୍ରଭାବ ଜାହିର ପାଇଁ ବିଜେପି ବିରୋଧୀ ମହାମେଣ୍ଟ ପ୍ରସ୍ତୁତିରେ ଅଛନ୍ତି । ତାମିଲନାଡରେ ସବୁବେଳେ ଆଞ୍ଚଳିକ ଦଳଙ୍କ କାଟତି । କ୍ଷମତାସୀନ ଏଆଇଏଡିଏମ୍‌କେ ୨୦୧୯ ପାଇଁ ବିଜେପି ସହ ମେଣ୍ଟ କରି ଏବେ ଏନଡିଏରେ । ବିରୋଧି ଡିଏମ୍‌କେ ନେତା ଷ୍ଟାଲିନ୍ କଂଗ୍ରେସ ସହ ବୁଝାମଣା କରିସାରିଲେଣି । ଉତ୍ତରପ୍ରଦେଶର ସମାଜବାଦି ପାର୍ଟି, ମାୟାବତୀଙ୍କ ବହୁଜନ ସମାଜ ପାର୍ଟି,ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି, ଅଜୀତ ସିଂଙ୍କ ଆରଏଲଡି ପ୍ରଭୃତି ଆଗାମି ମୁକାବିଲାରେ ପ୍ରଭାବ ଜାହିର ପାଇଁ ପୁରା ପ୍ରସ୍ତୁତି କରିଛନ୍ତି। ଦିଲ୍ଲୀରେ କ୍ଷମତାସୀନ ଆମଆଦମି ପାର୍ଟି ପଞ୍ଜାବରେ ବି ପତିଆରା ରଖିଛି ।

ଏନଡିଏରେ ମଧ୍ୟ ରହିଛି ଆଞ୍ଚଳିକ ଦଳଙ୍କ ପ୍ରଭାବ । ବିଜେପି ନେତୃତ୍ବଧୀନ ଏନଡିଏ ମହାରାଷ୍ଟ୍ର, ବିହାର,ଝାଡଖଣ୍ଡ ସହ ଏକାଧିକ ଉତ୍ତରପୂର୍ବ ରାଜ୍ୟ ଏବଂ  ଆଉ କିଛିରେ ସରକାରରେ ରହିଛି । ଉତ୍ତରପ୍ରଦେଶରେ ଆପନା ଦଲ ସୋନେଲାଲ୍ ଏବଂ ଏସବିଏସପି ଙ୍କ ସଂଖ୍ୟା ବିଜେପିକୁ ସାହାଯ୍ୟ କରିଛି । ଆସାମରେ ଆସାମ ଗଣ ପରିଷଦ  ସଂଖ୍ୟା ଦୃଷ୍ଟିରୁ ଆଗରେ ।ଏହା ବ୍ୟତୀତ ବୋଡୋଲ୍ୟାଣ୍ଡ ପ୍ୟୁପିଲ୍ସ ପାର୍ଟି ମଧ୍ୟ କିଛି ଅଞ୍ଚଳରେ ପ୍ରଭାବ ରଖିଛି । ସେହିପରି  ରାମବିଳାଶ ପାଶ୍ୱାନଙ୍କ ଏଲ୍‌ଜେପି, ଉପେନ୍ଦ୍ର ଖୁସୱାଙ୍କ ଆରଏଲଏସପି ବିହାରରେ ପ୍ରଭାବୀ । ଗୋଆରେ ମହାରାଷ୍ଟ୍ର ଗୋନ୍ତକ ପାର୍ଟି, ଗୋଆ ଫରୱାର୍ଡ ପାର୍ଟି,ଝାଡଖଣ୍ଡର ଅଲ ଝାଡଖଣ୍ଡ ଷ୍ଟୁଡେଣ୍ଟସ୍ ୟୁନିୟନ ସରକାରରେ ଅଂଶୀଦାର । ମହାରାଷ୍ଟ୍ରରେ ଆରଏସପି ଛୋଟ ଦଳ ହେଲେ ବି ପତିଆରା ରଖିଛି । ମଣିପୁର, ମେଘାଳୟ ଏବଂ ସିକିମ୍‌ରେ ବିଜେପିର ସହଯୋଗୀ ଥିବା ଏନପିପି,ଏନପିଏଫ୍,ୟୁଡିପି, ଏସଡିଏଫ୍, ତ୍ରିପୁରାରେ ଆଇପିଏଫ୍ ଭଳି ଆଞ୍ଚଳିକ ଦଳଙ୍କ ଭୋଟ ହିସାବକୁ ଏଡାଇ ହେବନି ।

ଦେଶର ରାଜନୀତିରେ ଆଞ୍ଚଳିକ ଦଳଙ୍କ ପ୍ରଭାବ ଏବେର ନୁହେଁ , କେଇ ଦଶନ୍ଧି ପୁରୁଣା । ସେଥିଲାଗି ଦିଲ୍ଲୀ ସିଂହାସନ ଦୌଡର ମେନ୍‌ ପ୍ଲେୟାର ମାନେ ଲବୁବେଳେ ଆଞ୍ଚଳିକ ଦଳଙ୍କୁ ଦେଇଥାନ୍ତି ଫୋକସ । ୧୯ ଯୁଦ୍ଧ କହିବ କିଏ କିଏ କି ପ୍ଲେୟାର ।

   Related Posts