Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଦୁଇ ମହିଳା ହକି ଖେଳାଳିଙ୍କ ମୃତ୍ୟୁ ଘଟଣା : ଡିଜିପିଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

15/08/2019 at 3:34 PM

ନୂଆଦିଲ୍ଲୀ ୧୫|୮: ଝାଡ଼ଖଣ୍ଡ ସିମଡେଗାରେ ଗୋଟିଏ ରଶିରେ ଝୁଲୁଥିବା ଅବସ୍ଥାରେ ଦୁଇ ଜଣ ମହିଳା ହକି ଖେଳାଳିଙ୍କ ଶବ ଉଦ୍ଧାର ହୋଇଥିଲା । ସନ୍ଦେହଜନକ ଭାବେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଜାତୀୟ ମହିଳା କମିଶନ ନିଜଆଡୁ ମାମଲା ବିଚାରକୁ ନେଇଥିଲେ । ଶୁବ୍ ଶୀଘ୍ର ଘଟଣାର ରିପୋର୍ଟ ଦେବା ପାଇଁ ଝାଡକଣ୍ଡ ଡିଜିପି କମଲ ନୟନ ଚୌବେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଆଧାରରେ ଆଗାମୀ କାର୍ଯ୍ୟପନ୍ଥ ଗ୍ରହଣ କରାଯିବ ।

ଜାତୀୟ ମହିଳା କମିଶନଙ୍କ ଅନୁସାରେ ସିମଡେଗାରେ ସନ୍ଦେହଜନକ ଭାବେ ଦୁଇ ମହିଳା ହକି ଖେଳାଳିଙ୍କ ମୃତ୍ୟୁ ଘଟଣା ଗମ୍ଭୀର ଅଟେ । ଏହି ମାମଲାରେ ମୃତକଙ୍କ ପରିବାରଲୋକ ମଧ୍ୟ ହତ୍ୟା ଅଭିଯୋଗ ଆଣିଥିଲେ । ଘଟଣାକୁ ଗମ୍ଭୀରତାର ସହ ନେଇ ଜାତୀୟ ମହିଳା କମିଶନ ନିଜ ଆଡୁ ମାମଲାକୁ ବିଚାରକୁ ନେଇଛନ୍ତି ।

   Related Posts