କଙ୍ଗନାଙ୍କ ସୁରକ୍ଷାରେ ବାହାରିଲେ ମହିଳା ଆୟୋଗ, କହିଲେ ଧମକ ଦେଇଥିବା ଶିବସେନା ବିଧାୟକଙ୍କୁ ତୁରନ୍ତ ଗିରଫ କରାଯାଉ
5/09/2020 at 10:44 AM

ନୂଆଦିଲ୍ଲୀ ୦୫/୦୯ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ସୁରକ୍ଷାରେ ଆଗକୁ ଆସିଛି ଜାତୀୟ ମହିଳା ଆୟୋଗ। ଯେଉଁ ବିଧାୟକ କଙ୍ଗନାଙ୍କୁ ଧମକ ଦେଇଛନ୍ତି ତାଙ୍କ ଗିରଫ ଦାବି କରିଛନ୍ତି ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା। ଏହିଭଳି ଭାବେ ଶିବସେନା ବିଧାୟକ ପ୍ରଦୀପ ସରନାଇକଙ୍କୁ ତାଙ୍କ ଧମକର ପରିଣାମ ବାବଦରେ ଚେତାଇ ଦିଅାଯାଇଛି। ରେଖା ଟ୍ବିଟ୍ କରି କହିଛନ୍ତି, ‘ମୁମ୍ବାଇ ପୋଲିସ ଆୟୋଗ ତାଙ୍କୁ (ବିଧାୟକ) ତତ୍କାଳ ଗିରଫ କରିବା ଦରକାର।’ ପ୍ରଦୀପଙ୍କ ବିରୋଧରେ ଆଇନଗତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଣୁ ଏ ବାବଦରେ ପୋଲିସ୍ ଆୟୋଗକୁ ଖୁବ୍ ଶୀଘ୍ର ସୂଚନା ପ୍ରଦାନ କରନ୍ତୁ ବୋଲି ରେଖା କହିଛନ୍ତି।

ତେବେ ସରନାଇକ ଟ୍ବିଟ୍ କରି କହିଥିଲେ ଯେ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ସହ ତୁଳନା କରୁଥିବାରୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଦରକାର। ତେବେ ସେ କହିଛନ୍ତି ସଂଜୟ ରାଓ୍ବତ ଭଦ୍ରାମି ତଥା ନମ୍ରତାର ସହ କଙ୍ଗନାଙ୍କୁ ସଚେତନ କରାଇଥିଲେ। ଏଠାକୁ ଆସିଥିଲେ ଆମର ସାହସୀ ମହିଳା ତାଙ୍କୁ ମାନ ମାରି ଛାଡ଼ିଥାନ୍ତେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ କଙ୍ଗନା କିଛି ଦିନ ତଳେ ମୁମ୍ବାଇ, ପାକିସ୍ତାନ ଅଧିକୃତ କଶ୍ମୀର ପରି କାହିଁକି ଲାଗୁଛି ଟ୍ବିଟ୍ କରିଥିଲେ। ସେ ଏହି ଟ୍ବିଟୁକୁ ସେପ୍ଟେମ୍ବର ୧ରେ ଗୋଟିଏ ମିଡିଆ ରିପୋର୍ଟକୁ ଟ୍ୟାଗ୍ କରିଥିଲେ। ଏହା ଉପରେ ସଂଜୟ କହିଥିଲେ ଯଦି ସେ ଏତେ ମୁମ୍ବାଇ ପୋଲିସକୁ ଡରୁଛନ୍ତି ତାହେଲେ ତାଙ୍କର ମୁମ୍ବାଇ ଆସବିା ଦରକାର ନାହିଁ। ଏଭଳି ବୟାନ ପରେ ସଂଜୟ ରାଓ୍ବତ ଓ ଶିବସେନାର ଅନ୍ୟ ନେତାଙ୍କୁ ସମାଲୋଚନା କରାଯାଉଛି।