Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

RAS ପରୀକ୍ଷାରେ ମହିଳା ପ୍ରାର୍ଥୀଙ୍କ ପୋଷାକର ସ୍ଲିଭ୍ କଟା ଘଟଣା: ରାଜସ୍ଥାନ ସରକାରଙ୍କୁ NCWଙ୍କ ନୋଟିସ୍

28/10/2021 at 8:50 PM

ନୂଆଦିଲ୍ଲୀ ୨୮।୧୦:  ରାଜସ୍ଥାନ ପ୍ରଶାସନିକ ସେବା (ଆରଏଏସ୍‌) ପରୀକ୍ଷା-୨୦୨୧ରେ ହୋଇଥିବା ଏକ ଗୁରୁତର ବିଭ୍ରାଟକୁ ଜାତୀୟ ମହିଳା କମିଶନ (ଏନସିଡବ୍ଲୁ) ଗୁରୁତର ସହ ଗ୍ରହଣ କରିଛନ୍ତି। ପରୀକ୍ଷା ଲାଗି ବିକାନେର ଜିଲ୍ଲା ପରୀକ୍ଷା କେନ୍ଦ୍ର ବାହାରେ ମହିଳା ପରୀକ୍ଷାର୍ଥୀଙ୍କ ପୋଷାକର ସ୍ଲିଭ୍ ପୁରୁଷ ସୁରକ୍ଷା କର୍ମୀ କାଟିଥିବା ଘଟଣା ଜଣାପଡିବା ପରେ ଏନସିଡବ୍ଲୁ ନିଜ ଆଡୁ ମାମଲାକୁ ତଦନ୍ତ ଲାଗି ଗ୍ରହଣ କରିଛନ୍ତି।

ପ୍ରସଙ୍ଗରେ ଏନସିଡବ୍ଲୁ ରାଜସ୍ଥାନ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଏକ ପତ୍ର ଲେଖିଥିବା ବେଳେ ଏହା ଏକ ନିନ୍ଦନୀୟ ଓ ମହିଳାଙ୍କ ପ୍ରତି ଦୂରାଚାରର ନିଦର୍ଶନ ବୋଲି କହିଛନ୍ତି। ଏଣୁ ଘଟଣାରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା କାଳରେ ସେଠାରେ କାହିଁକି ମହିଳା କର୍ମଚାରୀ ନଥିଲେ ବୋଲି ମଧ୍ୟ ଏନସିଡବ୍ଲୁ ପ୍ରଶ୍ନ କରିଛନ୍ତି। ପରୀକ୍ଷା ପରିଚାଳନା ନିମନ୍ତେ ମହିଳା ପ୍ରାର୍ଥୀଙ୍କ ତଲାସୀ ଲାଗି କାହିଁକି ମହିଳା ଗାର୍ଡ ନଥିଲେ ତାର ରିପୋର୍ଟ ଦେବାକୁ ବି କହିଛନ୍ତି।

 ଏନସିଡବ୍ଲୁଙ୍କ ଚିଠିର ଏକକିତା ନକଲ ରାଜସ୍ଥାନ ପବ୍ଲିକ୍ ସର୍ଭିସ କମିଶନ (ଆରଏଏସ୍) ଚେୟାରମ୍ୟାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି। ସେପଟେ ମାମଲାରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜସ୍ଥାନ ସରକାରଙ୍କୁ ମଧ୍ୟ ଏନସିୁଡବ୍ଲୁ ପତ୍ର ଲେଖିଛନ୍ତି। ମହିଳା ଗାରିମାରେ ଯେପରି ଆଗକୁ  ଏଭଳି ଘଟଣା ନ ହୁଏ ସେଥିଲାଗି ସତର୍କ ମଧ୍ୟ କରିଛନ୍ତି।

   Related Posts