ଏନସିଆରବି ରିର୍ପୋଟ ଅନୁସାରେ ଏବେ ଓଡିଶା ଦୁର୍ନୀତି ମାମଲାରେ ଦ୍ବିତୀୟ, ବିରୋଧୀଙ୍କୁ ମିଳିଗଲା ଅସ୍ତ୍ର…
27/10/2019 at 5:43 PM

ଭୁବନେଶ୍ବର୨୭|୧୦: ଦିନକୁ ଦିନକୁ କାୟା ମେଲାଇ ଚାଲିଛି ଦୁର୍ନୀତି। ଦୁର୍ନୀ୍ତି ଗ୍ରସ୍ତ ଅଫିସରଙ୍କ ଉପରେ ନିଆଯାଉଛି ଆକ୍ସନ। ହେଲେ କମୁନି ଦୁର୍ନୀତି। ଏନସିଆରବି ରିର୍ପୋଟ ଅନୁସାରେ ଏବେ ଓଡିଶା ଦୁର୍ନୀତି ମାମଲାରେ ଦ୍ବିତୀୟ। ମହାରାଷ୍ଟ୍ର ପ୍ରଥମ ତା ତଳକୁ ରହିଛି ଓଡିଶା। ଯାହାକୁ ନେଇ ବିରୋଧୀ ସରାକରଙ୍କ କାର୍ଯ୍ୟନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି…
ଆସନ୍ତ କାଲିଠାରୁ ପାଳନ ହେବ ଦୁର୍ନିତି ନିବାରଣ ସପ୍ତାହ। ହେଲେ ତାପୂର୍ବରୁ ଏନସିଆରବି ସରକାରଙ୍କ ମୁଖା ଖୋଲି ଦେଇଛି। ପ୍ରତି ବର୍ଷ ଦୁର୍ନୀତି ନିବାର ସପ୍ତାହ ପାଳନଯେ କେବଳ ନାମକୁ ମାତ୍ର ପାଳନ କରାଯାଉଛି ଏନସିଆରବି ରିର୍ପୋଟ ଦର୍ଶାଉଛି। ପ୍ରତିବର୍ଷ ବଢ଼ିଚାଲିୀଛି ରାଜ୍ୟରେ ଦୁର୍ନୀତି ମାମଲା।
ଦୁର୍ନୀତିରେ ମହାରାଷ୍ଟ୍ର ପ୍ରଥମ ଥିବାବେଳେ ଦ୍ବିତୀୟରେ ରହିଛି ଓଡିଶା। ୨୦୧୫ ମସିହାରେ ମହାରାଷ୍ଟ୍ରରେ ୧୨୭୯ ମାମଲାଳ ରୁଜୁ ହୋଇଥିବାବେଳେ ଓଡିଶାରେ ୪୫୬ ମାମଲା ରୁଜୁ ହୋଇଛି। ୨୦୧୬ ମସିହାରେ ମହାରାଷ୍ଟ୍ରରେ୧୦୧୬ ମାମଲା ରଜୁ ହୋଇଥିବାବେଳେ ଓଡିଶାରେ ୫୬୯ ଏବଂ ୨୦୧୭ରେ ମହାରାଷ୍ଟ୍ରରେ ୯୨୫, ଓଡିଶାରେ ୪୯୪ ଦୁର୍ନିତି ମାମଲା ରୁଜୁ ହୋଇଛି। ଯାହାକୁ ନେଇ ବିରୋଧୀ ଏବେ ପ୍ରଶ୍ନ ଉଠାଇଛନ୍ତି। ଦୁର୍ନୀତି ନିର୍ବାରଣ ସରାକର ଉପରୁ କରିବା ପରବର୍ତ୍ତେ ତଳୁ ଆରମ୍ଭ କରିଛନ୍ତି। ଯେଉଁଥିପାଇଁ ଦୁର୍ନିତି କମୁନି।
ଏପଟେ ସରାକରଙ୍କ ଯୁକ୍ତି ଦୁର୍ନିତି କମାଇବା ପାଇଁ ଆରମ୍ଭ କରିସାରିଛନ୍ତି କାର୍ଯ୍ୟନୁଷ୍ଠାନ। ଦୁର୍ନୀତିକୁ ରୋକିବା ପାଇଁ ସରାକର ସ୍ପଷ୍ଟ ନୀତି ଅପଣାଇଛନ୍ତି। ସିଏ ଯିଏ ବି ହେଉ ଦୁର୍ନତିରେ ଲିପ୍ତ ଥିବା ଅଫିସରଙ୍କୁ ବିଦା କରାଯିବ। ଆଉ ଦୁଇ ମାସ ଭିତରେ ଏହାର ଉଦାହାରଣ ମୁଖ୍ୟମନ୍ତ୍ରୀ ଦେଇସାରିଛନ୍ତି। ପ୍ରାୟ ୫୦ରୁ ବଡ , ସାନ ଅଫିସରଙ୍କୁ ବିଦାୟ ଦିଆସରିଛି। ମୁଖ୍ୟମନ୍ତ୍ରୀ କେବେ ଦୁର୍ନୀତିକୁ ପ୍ରଶ୍ରୟ ଦେଇନାହାନ୍ତି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର।
ଦୁର୍ନତି ରୋକିବାକୁ ସରାକର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ହେଲେ କେବଳ ତଳିଆ ଅଫିସରଙ୍କୁ କାର୍ଯ୍ୟନୁଷ୍ଠାନ ହେଉଥିବାବେଳେ ବଡ ବଡିଆଙ୍କ ମାମଲାଳ କିନ୍ତୁ ପଡିରହୁଛି। ପଇସଲା ହେଉନି କି ବାବୁ ମାନଙ୍କ ଉପରେ ଆକ୍ସନ ହେଉନି ଯେଉଁଥିପାଇଁ ବେଫିକର ଭାବେ ଅଫିସରଙ୍କ ଠାରୁ ରାଜନେତା ଦୁର୍ନିତିର କାୟା ମେଲାଇଚାଲିଛନ୍ତି।