ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ୫ ଅପରାଧୀଙ୍କୁ ଫାସୀ, ୧୯୩ଙ୍କୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | October 11, 2020 IST

ଲକ୍ଷ୍ନୌ ୧୧/୧୦ : ଉତ୍ତର ପ୍ରଦେଶରେ ଯୋଗୀ ସରକାର ମହିଳାଙ୍କ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏନସିଆରବି ଦ୍ୱାରା ପ୍ରକାଶିତ କ୍ରାଇମ ଇନ ଇଣ୍ଡିଆ ଅନୁସାରେ ମହିଳା ବିରୋଧୀ ଅପରାଧୀଙ୍କୁ ଦଣ୍ଡ ଦେବାରେ ଉତ୍ତର ପ୍ରଦେଶ ପ୍ରଥମ ସ୍ଥାନରେ ଅଛି। ତାଲିକା ଅନୁଯାୟୀ, ଦୁଷ୍କର୍ମ ମାମଲାରେ ୫ ଅପରାଧୀଙ୍କୁ ଫାସୀ ଦଣ୍ଡ ଦିଆଯାଇଥିବାବେଳେ ୧୯୩ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି।

ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶରେ ୨୦୧୭ ମସିହାରେ ଯୋଗୀ ସରକାର ଶାସନକୁ ଆସିବା ପରେ ମହିଳାଙ୍କ ଉପରେ ଅତ୍ୟାଚାର, ନିର୍ଯ୍ୟାତନା ଉପରେ ବ୍ରେକ ଲଗାଇବାରେ ସକ୍ଷମ ପ୍ରମାଣିତ ହୋଇଛନ୍ତି। ରାଜ୍ୟରେ ୨୦୧୬ ତୁଳନାରେ ୨୦୨୦ ମସିହାରେ ଦୁଷ୍କର୍ମ ମାମଲା ୪୨.୨୪ ପ୍ରତିଶତ ହ୍ରାସ ପାଇଛି। ମହିଳାଙ୍କ ଅପହରଣ ମାମଲା ପାଖାପାଖି ୩୯ ପ୍ରତିଶତ ହ୍ରାସ ପାଇଛି। ୨୦୧୯ ତୁଳନାରେ ୨୦୨୦ରେ ଦୁଷ୍କର୍ମ ମାମଲା ୨୭.୩୨ ପ୍ରତିଶତ ହ୍ରାସ ପାଇଛି। ରାଜ୍ୟରେ ମହିଳା ଓ ନାବାଳିକାଙ୍କ ସହ ହେଉଥିବା ଅପରାଧିକ ମାମଲାରେ ପୋକ୍ସୋ ଆକ୍ଟ ଅନୁସାରେ ସରକାର ନ୍ୟାୟାଳୟରେ ସାକ୍ଷ୍ୟ ଆଧାରରେ ଦଣ୍ଡ ଦେବା କାମ କରିଛନ୍ତି। ମହିଳା ଓ ଯୁବତୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଦ୍ୱାରା ସ୍ଥାପିତ ନିର୍ଭୟା କାଣ୍ଡରେ ସାମିଲ ଦେଶର ୮ ସହରରେ ଲକ୍ଷ୍ନୌ ମଧ୍ୟ ସାମିଲ ଅଛି।

ନିର୍ଭୟା ଫଣ୍ଡ ଅନୁସାରେ ସରକାର ମହିଳାଙ୍କ ସୁରକ୍ଷା ପାଇଁ ଲକ୍ଷ୍ନୌ ପୋଲିସ ସହ ଉମେନ୍ ପାୱାର୍ ଲାଇନ ୧୦୯୦ ଓ ଅନ୍ୟ ସୁରକ୍ଷା ଏଜେନ୍ସିକୁ ମଜବୁତ ଓ ସକ୍ରିୟ କରିଛି। ଯୋଗୀ ସରକାର ସାରା ରାଜ୍ୟରେ ରୋମିଓ ସ୍କ୍ୱାର୍ଡ ସାଧା ପୋଷାକରେ ବିଭିନ୍ନ ଜାଗାରେ ମହିଳା ପୋଲିସକର୍ମୀ ନିୟୋଜିତ କରିଛନ୍ତି। ୟୁପି ୧୧୨ ଇଣ୍ଡିଆ ମୋବାଇଲ ଆପ ରାତ୍ରି ସୁରକ୍ଷା କବଚ ଯୋଜନା, ମହିଳା ହେଲ୍ପ ଡେସ୍କ ସହ ଛକ ଜାଗାରେ ପିଙ୍କ ବୁଥ ତିଆରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧୀକୁ ନେଇ ପ୍ରତି ମାସରେ ସାରା ରାଜ୍ୟର ଅଧିକାରୀଙ୍କ ସହ ବୈଠକ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.