ଦୁର୍ଘଟଣାର ବଡ କାରଣ ଦ୍ରୁତ ଗତି ଏବଂ ଓଭର ଟେକ୍ : ବର୍ଷକରେ ଯାଇଛି ହଜାର ହଜାର ଜୀବନ

Published By : Prameya-News7 Bureau | October 30, 2021 IST

ଭୁବନେଶ୍ୱର ୩୦/୧୦: ଦୁର୍ଘଟଣାରେ ଚାଲିଯାଉଛି ହଜାର ହଜାର ଜୀବନ । ଦ୍ରୁତ ଗତି ସାଜିଛି କାଳ । ଗତ ବର୍ଷ ଦ୍ରୁତ ଗତି କାରଣରୁ ଦେଶରେ ୭୫୩୩୩ ଜଣ ପ୍ରାଣ ହରାଇଛନ୍ତି । ଏହାସହ ୨ ଲକ୍ଷ ୯ ହଜାର ୭୩୬ ଜଣ ଦୁର୍ଘଟଣାରେ ଆହତ ହୋଇଛନ୍ତି । ସରକାରୀଙ୍କ ତଥ୍ୟ ଅନୁସାରେ, ୩୫୪୭୯୬ରୁ ୨୧୫୧୫୯ଟି ଦୁର୍ଘଟଣା ଦ୍ରୁତ ଗତି କାରଣରୁ ହୋଇଛି । ଯାହା ୬୦ ପ୍ରତିଶତ ଅଟେ ।

ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି ଅନୁସାରେ, ୨୦୧୯ ଅପେକ୍ଷା ୨୦୨୦ରେ ସଡକ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୦.୫୨ରୁ ଖସି ୦.୪୫ ପ୍ରତିଶତ ହୋଇଯାଇଛି । ସଡକ ଦୁର୍ଘଟଣା ମଧ୍ୟ କମିଛି । ୨୦୧୯ରେ ୪୬୭୧୭୧ ଦୁର୍ଘଟଣା ଘଟିଥିଲା । ୨୦୨୦ରେ ଏହି ସଂଖ୍ୟା ଖସି ୩୬୮୮୨୮କୁ ଚାଲି ଆସିଛି । ୨୦୨୦ରେ ଦୁର୍ଘଟଣାରେ ୧୪୬୩୫୪ ଜଣ ପ୍ରାଣ ହରାଇଥିବା ବେଳେ ୩୩୬୨୪୮ ଜଣ ଆହତ ହୋଇଛନ୍ତି ।

ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶରେ ଦୁର୍ଘଟଣା କମିଛି । ରାଜ୍ୟରେ ୨୦୨୦ରେ ୩୦୫୯୦ ଦୁର୍ଘଟଣା ଘଟିଥିବା ବେଳେ ୨୦୧୯ରେ ୪୨୩୬୮ ଦୁର୍ଘଟଣା ଘଟିଥିଲା । ତେବେ ସଡକ ଦୁର୍ଘଟଣା ହ୍ରାସ ପାଇଥିବା ମାମଲାରେ ପ୍ରଥମରେ ତାମିଲନାଡୁ ରହିଛି । ଏଠାରେ ୨୦୧୯ରେ ୫୯୪୯୯ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୨୦ରେ ୪୬୪୪୩କୁ ଖସି ଆସିଥିଲା । ଦ୍ୱିତୀୟ ସ୍ଥାନରେ କେରଳ ରହିଛି । ଏନସିବି ଆହୁରି କହିଛି ଯେ, ଅଧିକ ଦୁର୍ଘଟଣା ଦ୍ରୁତ ଗତି ଓ ଓଭର ଟେକ୍ କାରଣରୁ ଘଟୁଛି । ଏହି କାରଣରୁ ୩୫୨୧୯ ଜଣ ପ୍ରାଣ ହରାଇଥିବା ବେଳେ ୭୭୦୬୭ ଆହତ ହୋଇଛନ୍ତି ।

୨୦୨୦ରେ ୫୮୧୨୦ଜଣ ବାଇକ ଆରୋହୀ ଜୀବନ ହାରିଛନ୍ତି । କାର ଦୁର୍ଘଟଣାରେ ୧୭୫୩୮  ଓ ଟ୍ରକ ଦୁର୍ଘଟଣାରେ ୧୬୯୯୩ ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ରରେ ୫୮୭୭ଜଣ ବାଇକ ଆରୋହୀ ପ୍ରାଣ ହରାଇଥିବା ବେଳେ ଉତ୍ତର ପ୍ରଦେଶରେ ୫୭୩୫ ଜଣ ମୃତ୍ୟୁବରଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.