ନାବାଳିକା ମାତୃତ୍ବ ମାମଲାରେ ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କଲେ ଏନସିପିସିଆର

Published By : Prameya-News7 Bureau | January 30, 2019 IST

ନୂଆଦିଲ୍ଲୀ ୩୦|୧: ଓଡିଶାରେ ହୋଇଥିବା ନାବାଳିକା ମାତୃତ୍ବ ମାମଲାରେ ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କଲେ ଏନସିପିସିଆର (ନ୍ୟାସନାସ କମିଶନ ଫର୍ ପ୍ରୋକ୍ଟେସନ ଅଫ୍ ଚାଇଲ୍ଡ ରାଇଟସ ) । କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁରରେ ନାବାଳିକା ମାତୃତ୍ବ ଘଟଣାକୁ ନେଇ ରିପୋର୍ଟ ତଲବ କରିଛନ୍ତି କମିଶନ । ୩୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି । ଏଭଳି ଘଟଣା ଗଭୀର ଉଦବେଗର ବିଷୟ । ତେଣୁ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଜରୁରୀ । ଆଦିବାସୀ ପିଲା ରହୁଥିବା ସବୁ ଅନୁଷ୍ଠାନର ସବିଶେଷ ତଦନ୍ତ ହେବା ଆବଶ୍ୟକ ବୋଲି ଏନସିପିସିଆର ଦର୍ଶାଇଛି । ପିଲାମାନଙ୍କ ମଧ୍ୟରେ ପୋକ୍ସୋ ଆକ୍ଟ ନେଇ ସଚେତନତା ସୃଷ୍ଟି କରିବା ମଧ୍ୟ ଜରୁରୀ ବୋଲି କମିଶନ କହିଛନ୍ତି ।

{"id":79697,"align":"center","width":391,"height":521}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.