ସେଲ୍‌ଟର ହୋମ୍ ଯୌନ ନିର୍ଯାତନା ଘଟଣା ; ଯାଞ୍ଚ ପାଇଁ ପହଞ୍ଚିଲେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଟିମ୍

Published By : Prameya-News7 Bureau | December 13, 2018 IST

ଭୁବନେଶ୍ବର ୧୩|୧୨: ସେଲଟର ହୋମ୍ ଯୌନ ନିର୍ଯାତନା ଘଟଣାର ତଦନ୍ତ ପାଇଁ ଓଡ଼ିଶାରେ ପହଞ୍ଚଛନ୍ତି ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଟିମ୍ । ରାଜ୍ୟ ଅତିଥି ଭବନରେ ଏନସିପିସିଆର  ଅଧିକାରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଉପସ୍ଥିତ ଅଛନ୍ତି । ଏନସିପିସିଆର  ସଦସ୍ୟ ଯଶୋବନ୍ତ ଜୈନଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ରାଜ୍ୟ ସରକାରଙ୍କ ପଦକ୍ଷେପ ନେଇ ଆଲୋଚନା । ଆଲୋଚନା ପରେ ଢେଙ୍କାନାଳ ଗସ୍ତରେ ଯିବେ ଯଶୋବନ୍ତ ଜୈନ୍ । କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧି ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ସେପଟେ ଏନସିପିସିଆରର ୯ ଟି ଟିମ୍ ବିଭିନ୍ନ ସ୍ଥାନରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍ ସେଣ୍ଟର ଯାଞ୍ଚ୍ କରିଛନ୍ତି । ଗୋଟିଏ ଟିମ୍ ବୌଦ୍ଧ ପାଢିସାହି ସ୍ଥିତ ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଣ୍ଟରରେ ଯାଞ୍ଚ୍ କରିଛି । ଆଜି ଏହି ଟିମ୍ ଢେଙ୍କାନାଳ ବେଲଟିକିରି ସେଲଟର୍ ହୋମ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ୧୯ ଟି ଜିଲ୍ଲାରେ ଚାଲିଥିବା ୫୬ ସେଲଟର ହୋମ୍ ର ସ୍ଥିତି ଅନୁଧ୍ୟାନ କରିବ ଜାତୀୟ ଶିଶୁ ସୁରକ୍ଷା ଆୟୋଗ । ସେପଟେ ଢେଙ୍କାନାଳ ସ୍ବତନ୍ତ୍ର ପୋକ୍ସୋ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଗୁଡ୍ ନ୍ୟୁଜ୍ ଇଣ୍ଡିଆର ଅଧ୍ୟକ୍ଷ ଫୈଜ ରେହମାନ । ଗତକାଲି ରେହମାନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ତାଙ୍କୁ ପୂର୍ବରୁ ୪ ଦିନିଆ ରିମାଣ୍ଡରେ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓଗାଳିଛି ପୋଲିସ।

wp:core-embed/youtube {"url":"https://www.youtube.com/watch?v=0LxiTKOtN4c","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=0LxiTKOtN4c
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.