ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଲ୍‌ଟର ହୋମ୍ ଘଟଣା ; ଓଡିଶା ସରକାରଙ୍କୁ ରିପୋର୍ଟ ଦେଲେ ଏନସିପିସିଆର

Published By : Prameya-News7 Bureau | February 05, 2019 IST

ନୂଆଦିଲ୍ଲୀ ୫|୧: ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମ୍ କେଳେଙ୍କାରୀ ଘଟଣାରେ ଓଡିଶା ସରକାରଙ୍କୁ ରିପୋର୍ଟ ଦେଲେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଟିମ୍ । ଏନସିପିସିଆର ଟିମ୍ ରାଜ୍ୟର ୧୯ଟି ଜିଲ୍ଲାକୁ ପରିଦର୍ଶନ କରି ୭ ପୃଷ୍ଠା ସମ୍ବଳିତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି । ୧୯ଟି ଜିଲ୍ଲାର ୫୦ଟି ସେଲଟର ହୋମ୍ ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ୨ଟି କେନ୍ଦ୍ରରେ ଭିତ୍ତିଭୂମିର ସୁବିଧା ନାହିଁ । ସର୍ବନିମ୍ନ ମୌଳିକ ସୁବିଧା ନାହିଁ । ୨୧ଟି କେନ୍ଦ୍ରରେ ନିରାପତ୍ତା ବ୍ୟବସ୍ଥା କରାଯାଇନାହିଁ ।

ଢେଙ୍କାନାଳ ଗୁଡ୍ ନ୍ୟୁଜ୍ ଇଣ୍ଡିଆର ସେଣ୍ଟରରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା । ପରେ ସଂସ୍ଥାର ଅଧ୍ୟକ୍ଷ ଫୈଜ ରେହମାନଙ୍କୁ ଗିରଫ କରାଯାଇଥିଲା । ଏହାପରେ ଗୁଡ୍‌ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍‌ ହୋମ୍ କେଳେଙ୍କାରୀ ନେଇ କଡା ଯାଞ୍ଚ ହେବ ବୋଲି କହିଥିଲେ ମହିଳା ଓ ଶିଶୁ ବିକାସ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଶାଖାରେ ଚଢାଉ କରାଯାଇଥିଲା । ଏହାପରେ ଘଟଣାର ତଦନ୍ତ ପାଇଁ ଓଡ଼ିଶାରେ ପହଞ୍ଚିଥିଲେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଟିମ୍ । ବିଭିନ୍ନ ସ୍ଥାନରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆର ଶାଖାରେ ପହଞ୍ଚି ତଦନ୍ତ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.