ଏନ୍‌ସିପିର ଏହି ନେତାଙ୍କ ଯୋଗୁଁ ବଦଳିଗଲା ମହାରାଷ୍ଟ୍ର ରାଜନୈତିକ ସମୀକରଣ

Published By : Prameya-News7 Bureau | November 26, 2019 IST

ମୁମ୍ବଇ ୨୬।୧୧ - ଏନ୍‌ସିପିର ଏହି ନେତାଙ୍କ ଯୋଗୁଁ ମହାରାଷ୍ଟ୍ର ରାଜନୈତିକ ସମୀକରଣ ବଦଳିଯାଇଛି । ଗୋଟିଏ ଥର ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ସେ ପଟ ପରିବର୍ତ୍ତନ କରିବାରୁ ଶରଦ ପାଓ୍ୱାରଙ୍କର ପକ୍ଷ ଅଧିକ ମଜବୁତ୍‌ ହୋଇଥିଲା । ବାଧ୍ୟ ହୋଇ ଅଜିତ୍‌ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଦେବେନ୍ଦ୍ର ଫଡନାଭିସ୍‌ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ମହାରାଷ୍ଟ୍ରରେ ଅଚାନକ ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ଓ ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସେହି ସମୟରେ ସେଠାରେ ଏନ୍‌ସିପି ବିଧାୟକ ଧନଞ୍ଜୟ ମୁଣ୍ଡେ ଉପସ୍ଥିତଥିଲେ । ସେ ଅଜିତ୍‌ ପାଓ୍ୱାରଙ୍କ ପାଇଁ ଏନ୍‌ସିପି ବିଧାୟକମାନଙ୍କର ସମର୍ଥନ ଠିକ୍‌ କରିଥିଲେ । ଏହାପରେ ସେ ଶରଦ ଯାଦବଙ୍କ ପଟକୁ ଆସିଥିଲେ । ଏଥିପାଇଁ ମହାରାଷ୍ଟ୍ରର ରାଜନୈତିକ ସମୀକରଣ ବଦଳିଯାଇଥିଲା ।

ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ନିର୍ଦେଶ ଦେବାପରେ ଅଜିତ୍‌ ପାଓ୍ୱାର ଇସ୍ତଫା ଦେଇଥିଲେ । ଧନଞ୍ଜୟ ମୁଣ୍ଡେ ହେଉଛନ୍ତି ବିଜେପିର ପୂର୍ବତନ ବରିଷ୍ଠ ନେତା ଗୋପୀନାଥ ମୁଣ୍ଡେଙ୍କର ଭଣଜା । ଗୋପୀନାଥ ମୁଣ୍ଡେଙ୍କର ମୃତ୍ୟୁ ପରେ ତାଙ୍କ ଝିଅ ପଙ୍କଜା ମୁଣ୍ଡେ ବିଜେପିରେ ଯୋଗ ଦେଇଥିଲେ। ମାତ୍ର ଭଣଜା ସଞ୍ଜୟ ମୁଣ୍ଡେଙ୍କୁ ଅଜିତ୍‌ ପାଓ୍ୱାର ଏନ୍‌ସିପିରେ ମିଶାଇଥିଲେ । ସେ ବି ଏନ୍‌ସିପି ଟିକେଟ୍‌ରେ ବିଧାୟକ ଭାବେ ବିଜୟ ଲାଭକରିଥିଲେ । ସେ ଅଜିତ୍‌ ପାଓ୍ୱାରଙ୍କ ପାଖ ଲୋକ ଭାବେ ଜଣାଶୁଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.