Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ କଳାକର୍ତ୍ତୃତର ହାଇଡ୍ରୋଜନ ବୋମା ବିସ୍ଫୋରଣ କଲେ ନବାବ ମଲ୍ଲିକ, କହିଲେ ଅଭିଯୋଗର ମୋ ପାଖରେ ଅଛି ପ୍ରମାଣ

10/11/2021 at 8:11 PM

ମୁମ୍ବାଇ ୧୦।୧୧: ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଏନସିପି ବିଧାୟକ ନବାବ ମଲ୍ଲିକ ବୁଧବାର କହିବା ଅନୁସାରେ ରାଜ୍ୟରେ ପୂର୍ବତନ ବିଜେପି ସରକାରର ମୁଖ୍ୟମନ୍ତ୍ରୀଙ୍କ କଳା କାରନାମାର ହାଇଡ୍ରୋଜନ ବୋମା ବିସ୍ଫୋରଣ କରିଛନ୍ତି। ସେ କରୁଥିବା ଅଭିଯୋଗର ପ୍ରମାଣ ମଧ୍ୟ ଉପସ୍ଥାପନ କରିପାରିବେ ବୋଲି ଗଣମାଧ୍ୟମକୁ ଦୃଢତାର ସହ କହିଛନ୍ତି। ଏବେ ଜୋନାଲ ଏନସିବି ନିର୍ଦ୍ଦେଶକ ସମୀର ୱାଙ୍ଖଡେକୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଦେଶରେ ନକଲି ନୋଟ୍‌ର ମୁଖ୍ୟ କାର୍ପଟଦାର ଥିଲେ ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ମଲ୍ଲିକ।

ମଲ୍ଲିକଙ୍କ ଅଭିଯୋଗ ପରେ ଫଡନବୀଶ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ତେବେ ମଲିକ ଟ୍ୱିଟ୍‌ କରି ଫଡନବୀଶଙ୍କୁ ‘ମୁଁତ କେବଳ ଆଇନା ଦେଖାଇଥିଲି, ତାଙ୍କର ଏମିତି ହୋସ୍ ଉଡିଲା ଯେ ମୁହଁ ଫିକା ହୋଇଗଲା’ ବୋଲି କାବ୍ୟିକ ବ୍ୟଙ୍ଗ କରିଛନ୍ତି। ମଲ୍ଲିକ ପୂର୍ବାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ଫଡନବୀଶଙ୍କ ସରକାର କାଳରେ ଅପରାଧ ବେଶ୍ ଶାଖା ପ୍ରଶାଖା ମେଲାଇଥିଲା ବୋଲି କହିଥିଲେ। ଫଡନବୀଶଙ୍କୁ କେବଳ ଟଙ୍କା ଆଉ ଟଙ୍କା ଦରକାର ଥିଲା। କେମିତି ବି ହେଉ କେଉଁ ରାସ୍ତାରେ ହେଉ ଏଥିରେ ମହାରାଷ୍ଟ୍ରରେ ଜାଲିନୋଟର ଫଡନବୀଶ ମୁଖ୍ୟ କାର୍ପଟଦାର ପାଲଟିଯାଇଥିଲେ ବୋଲି ମଲ୍ଲିକ ଅଭିଯୋଗ କରିଛନ୍ତି।  

ମଲ୍ଲିକ କହିଛନ୍ତି ଯେ ଦେଶରେ ଆତଙ୍କବାଦ, କଳାଧନ ଓ ନକଲୀ ନୋଟ କାରବାରର ପ୍ରସାର ରୋକିବା ଲାଗି ପ୍ରଧାନମନ୍ତ୍ରୀ ୨୦୧୬ ମସିହାରେ ନୋଟବନ୍ଦୀ କରିଥିଲେ। ଏହା ପରେ ବି ଦେଶରେ ନକଲୀ ନୋଟ୍ ମିଳିଥିଲା। ହେଲେ ୮ ଅକ୍ଟୋବର ୨୦୧୭ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ନକଲୀ ନୋଟର ଗୋଟେବି ମାମଲା ନଥିଲା। କାରଣ ଫଡନବୀଶ ରାଜ୍ୟରେ କାରବାର କାର୍ପଟଦାର ଥିଲେ ବୋଲି ମଲ୍ଲିକ ଅଭିଯୋଗ କରିଛନ୍ତି। ୮ ଅକ୍ଟୋବର ୨୦୧୭ରେ ଗୁଇନ୍ଦା ରାଜସ୍ୱ ନୀରିକ୍ଷକ ବିକେସିରେ ଚଢଉ କରିଥିଲେ। ସେଠାରୁ ୧୪.୫୬ କୋଟି  ଟଙ୍କାର ନକଲି ନୋଟ୍ ଜବତ ହୋଇଥିଲା। ତେବେ ଦେବେନ୍ଦ୍ର ଫଡନବୀଶ ହିଁ ସେହି ବ୍ୟକ୍ତି ଯିଏ ମାମଲାକୁ ରଫାଦଫା କରିଦେଇଥିଲେ ବୋଲି ମଲ୍ଲିକ ଅଭିଯୋଗ କରିଛନ୍ତି।

ଦେଶରେ ନକଲୀ ନୋଟର ଯାଞ୍ଚ ଯେପରି ହେବା କଥା ସେପରି ହେଉ ନଥିବା ମଲ୍ଲିକ ଅଭିଯୋଗ କରିଛନ୍ତି। ଏପରି ମାମଲାର ତଦନ୍ତ ଏନଆଇକୁ ଦିଆଯାଉ ନାହିଁ। ଯେଉଁମାନେ ଏପରି କାରବାରରେ ଜଡିତ ସେମାନଙ୍କୁ ବେଶ ସହଜରେ ଜାମିନ ବି ମିଳି ଯାଉଥିବା କହିଛନ୍ତି। ଯେଉଁମାନେ ନକଲୀ ନୋଟ କାରବାରରେ ଗିରଫ ହୋଇଥିଲେ ସେମାନଙ୍କୁ କଂଗ୍ରେସ ନେତା କୁହାଯାଇଥିଲା। ହେଲେ ସେମାନେ କେବେବି କଂଗ୍ରେସରେ  ନଥିଲେ କି ନାହାନ୍ତି ବୋଲି କହିଛନ୍ତି।

ସେହିପରି ମଲ୍ଲିକ ତାଙ୍କ ସାମ୍ବାଦିକ ସମ୍ମିଳନୀରେ ସମୀର ୱାଙ୍ଖଡେଙ୍କ ପ୍ରସଙ୍ଗ ମଧ୍ୟ ରଖିଥିଲେ। ଫଡନବୀଶ ଜାଣିଶୁଣି ଡ୍ରଗ୍ସ ମାମଲାକୁ ଡାଇଭର୍ଟ କରୁଛନ୍ତି। କାରଣ ତାଙ୍କ ନିକଟତମ ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ ସିଧାଶଳଖ ଏବେ ମାମଲାରେ ଫଶି ଯାଇଛନ୍ତି। ୱାଙ୍ଖଡେ ସେହି ବ୍ୟକ୍ତି ଯିଏ ଡିଆରଆଇରେ ଥିବା ବେଳେ ୨୦୧୭ ନକଲୀ ନୋଟ୍ କେସ୍‌ର ଯାଞ୍ଚ କରିଥିଲେ। ତେବେ ମାମଲାର ଯାଞ୍ଚ ତାଙ୍କ ହାତକୁ ଯିବା ପରେ ନକଲୀ ନୋଟର ପରିମାଣ ୧୪.୫୬ କୋଟିରୁ ୮.୮୦ ଲକ୍ଷ ଟଙ୍କାକୁ ହ୍ରାସ ହୋଇଯାଇଥିଲା। ଏହି ନକଲି ନୋଟ କେସ୍‌ରେ ପୋଲିସ ଆଲାମ ଶେଖ୍ ଓ ରିଆଜ୍ ଶେଖ ନାମରେ ୨ ଜଣଙ୍କୁ ଗିରଫ କରିଥିଲେ। ତେବେ ପରେ ଫଡନବୀଶ ତାଙ୍କ ସରକାରରେ ଆକଲାମ ଶେଖର ଭାଇ ହାଜି ଆରାଫତ ଶେଖଙ୍କୁ ମହାରାଷ୍ଟ୍ର ରାଜ୍ୟ ସଂଖ୍ୟାଲଘୁ ଆୟୋଗ ଅଧ୍ୟକ୍ଷ ନିଯୁକ୍ତ କରିଦେଇଥିଲେ।

ସେହିଦିନଠୁ ୱାଙ୍ଖଡେ ଫଡନବୀଶଙ୍କ ଲାଗି ଅସୁଲୀ କରିଆସୁଛନ୍ତି। ଏବେ ଏନସିବିରେ ରହି ନିରିହ ଲୋକଙ୍କୁ ଡ୍ରଗ୍ସ ଫନ୍ଦାରେ ଫଶାଇ ଅସୁଲି କରୁଛନ୍ତି। ଫଡନବୀଶ କେବଳ ନକଲୀ ନୋଟ ବେପାରୀ ଆଲାମ ଶେଖର ଭାଇକୁ ନୁହେଁ ନାଗପୁରର କୁଖ୍ୟାତ ଅପରାଧୀ ମୁନ୍ନା ଯାଦବକୁ କନଷ୍ଟ୍ରକ୍ସନ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ କରିଥିଲେ। ହାଇଦର ଆଜମ ନାମକ ଜନୈକ ନେତାଙ୍କୁ ଫାଇନାନ୍ସ କର୍ପୋରେସନ ଅଧ୍ୟକ୍ଷ ବି କରିଥିଲେ ଯିଏ ବାଂଲାଦେଶୀଙ୍କୁ ମୁମ୍ବାଇରେ ବସବାସ କରିବାର ସୁବିଧା ଦେଇ ଆସୁଛନ୍ତି ଓ ତାଙ୍କ ଦ୍ୱିତୀୟ ପତ୍ନୀ ଭାବେ ଜଣେ ବାଂଲାଦେଶୀ ମହିଳାଙ୍କୁ ବିବାହ ବି କରିଛନ୍ତି। ଘଟଣା ଜଣାପଡିବାରୁ ହୋ ହଲ୍ଲା ହୋଇଥିଲା। ମାମଲାର ପୋଲିସ ତଦନ୍ତ ବି କରିଥିଲା। ତେବେ ଅଚାନକ ତଦନ୍ତ ରୋକି ଦିଆଯାଇଥିଲା ବୋଲି ମଲ୍ଲିକ କହିଛନ୍ତି।

ଏଥିରେ ସେ ମୋତେ କହୁଛନ୍ତି ଅଣ୍ଡରୱାର୍ଲଡ ଲୋକଙ୍କ ସହ ମୋର ସମ୍ପର୍କ ଅଛି ହେଲେ ଦେଖିଲେ ନିଜେ ଫଡନବୀଶ ହିଁ ମୁମ୍ବାଇରେ ଅଣ୍ଡରୱାର୍ଲଡ ଚଳାଉଥିଲେ। ସବୁଥିରୁ ତାଙ୍କର ଗୋଟିଏ ଉଦ୍ଦେଶ୍ୟ ଥିଲା ଟଙ୍କା ଚାହେ ତାହା ବିଲ୍ଡର ମାମଲା ହେଉ ଅଥବା ବିବାଦ ସବୁଥିରେ ଫଡନବୀଶ ଓ ତାଙ୍କ ଟିମ୍‌ ଅସୁଲି କରୁଥିଲେ ବୋଲି ମଲ୍ଲିକ କହିଛନ୍ତି। ଗତ ମଙ୍ଗଳବାର ଫଡନବୀଶ ନବାବ ମଲ୍ଲିକଙ୍କ ଉପରେ ଦାଉଦ ଗୋଷ୍ଠୀଙ୍କ  ଜମି କ୍ରୟ ନେଇ ଗୁରୁତର ଅଭିଯୋଗ ଆଣିଥିଲେ।

ତେବେ ସେ ମୁମ୍ବାଇ ବୋମା ବିସ୍ଫୋରଣ ଅଭିଯୁକ୍ତଙ୍କ ଠାରୁ କେବେବି ଜମି କିଣି ନଥିଲେ ବୋଲି ସ୍ପଷ୍ଟ କରିଦେଇଛନ୍ତି। ବରଂ ନିଜେ ଫଡନବୀଶ ଦାଉଦର ଲୋକ ରିଆଜ ଭଟ୍ଟି ସହ କାମକରିଥିବାର ମଲ୍ଲିକ କହିଛନ୍ତି। ଯାହାକୁ ମୁମ୍ବାଇ ପୋଲିସ ୨ଥର ନକଲୀ ପାସପୋର୍ଟ ସହ ଗିରଫ କରିଥିଲା। କେବଳ ଏତିକି ନୁହେଁ ଫଡନବୀଶ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳକୁ ମଧ୍ୟ ଅନୁମତି ଦେଇଥିଲେ। ହେଲେ ଛୋଟା ସକିଲର ଗିରଫ ପରଠାରୁ ସେ ଫେରାର ହୋଇଯାଇଛି। କିନ୍ତୁ  ଯେତେବେଳେ ସେ ଜମି କିଣିଥିଲେ ସେତେବେଳେ ରାଜନୀତିକୁ ବି ଆସି ନଥିଲେ ଓ ଜମି ସରକାରୀ ଧାର୍ଯ୍ୟ ମୂଲ୍ୟରେ କ୍ରୟ କରିଥିବାର କହିଛନ୍ତି।

   Related Posts