Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହାରାଷ୍ଟ୍ର ନେଇ ରାହୁଲଙ୍କ ବୟାନ ପରେ ରାଜନୀତି ଜୋର, ସରକାରକୁ ବିପଦ ନାହିଁ କହିଲେ ପାୱାର

26/05/2020 at 8:53 PM

ମୁମ୍ବାଇ ୨୬।୫: ସାରା ଦେଶ ଏବେ କରୋନା ମହାମାରୀ ବିରୋଧରେ ସଂଗ୍ରାମ କରୁଛି। ଏଭଳି ପରିସ୍ଥିତିରେ ଦେଶକୁ ଲକଡାଉନରୁ ବାହାର କରିବା ଏବେ ସମୟର ସବୁଠାରୁ ବଡ ଆହ୍ୱାନ। ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି ଆର୍ଥିକ ରାଜଧାନୀର ଭାଗ୍ୟ। ତେବେ ରାଜ୍ୟରେ ସଂକ୍ରମଣ ଯେପରି ବ୍ୟାପୁଛି ଏଥିରେ ସରକାର ଏକପ୍ରକାର ସ୍ଥାଣୁ ହୋଇଯାଇଛି। ଏଥିରେ ମଙ୍ଗଳବାର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।

ସାମ୍ବାଦିକଙ୍କ ସହ ଆଲୋଚନାରେ କଂଗ୍ରେସ ମହାରାଷ୍ଟ୍ରର ନୀତି ନିର୍ଦ୍ଧାରକ ନୁହେ ବୋଲି ରାହୁଲ କହିଥିଲେ। ଏଥିରୁ ରାହୁଲ ମହାରାଷ୍ଟ୍ର ଉଦ୍ଧବ ସରକାରରୁ ନିଜକୁ ଦୂରେଇ ରଖିଥିବାର ସ୍ପଷ୍ଟ ଆଭାସ ମିଳୁଥିଲେ ବି ମହାରାଷ୍ଟ୍ର ସରକାର ଅଂଶୀଦାର କିନ୍ତୁ ଏହା ବୁଝିବାକୁ ନାରାଜ। ଏଠାରେ କଂଗ୍ରେସ ବାହାରୁ ସମର୍ଥନ ନୁହେଁ ସରକାରରେ ଅଛି ବୋଲି ମାଜିଦ ମେମନ କହିଛନ୍ତି। ତେବେ ରାହୁଲଙ୍କ କଥା ବି ଗୋଟେ ଦୃଷ୍ଟିରୁ ଠିକ୍ ବୋଲି ଏନସିପି ନେତ୍ରୀ  ତଥା ଶରଦ ପାୱାରଙ୍କ କନ୍ୟା ସୁପ୍ରିୟା ସୁଲେ କହିବା ରାଜନୀତିକୁ ସରଗରମ କରିଛି।

ତେବେ ସୋମବାର ସନ୍ଧ୍ୟାରେ ମହାରାଷ୍ଟ୍ର ଲକଡାଉନ ନେଇ ଏନସିପି ସୁପ୍ରିମୋ ସରଦ ପାୱାର ମାତୋଶ୍ରୀ ଯାଇଥିଲେ। ଉଦ୍ଧବଙ୍କ ସହ ସେ ଏ ନେଇ ବିସ୍ତୃତ ଆଲୋଚନା କରିଥିବା ଏନସିପି ନେତା କହିଛନ୍ତି। ଉଦ୍ଧବଙ୍କୁ ତାଙ୍କ ନିଜ ଦଳ ସମେତ ସହଯୋଗୀ ୩ ଦଳର ପୂର୍ଣ୍ଣ ସମର୍ଥନ ରହିଛି।  ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ କିପରି କରୋନା ଲଢେଇ ଲଢିବା ସହ ଲକଡାଉନରୁ ବାହାରିବ ତାହା ଉଦ୍ଧବ ନିଷ୍ପତ୍ତି ନେବେ ବୋଲି  ସରଦ କହିଛନ୍ତି। ତେବେ ଯଦିଓ ଶରଦ ଓ ଉଦ୍ଧବଙ୍କ ବୈଠକରେ କଂଗ୍ରେସର କେହି ନଥିଲେ ତଥାପି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମସ୍ତେ ନିଶ୍ଚିତ ସ୍ୱୀକାର କରିବେ ବୋଲି ଶରଦ କହିଛନ୍ତି। ଏଣୁ ରାହୁଲଙ୍କ ଅନୁସାରେ ମହାରାଷ୍ଚ୍ରସରକାର ନିଜେ ନିଷ୍ପତ୍ତି ନେଇ ପାରନ୍ତି ବୋଲି ସ୍ପଷ୍ଟ କରିଦେଇଛନ୍ତି ଶରଦ।  

   Related Posts