Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସୋନିଆଙ୍କ ସହ ସାକ୍ଷାତ ଆଲୋଚନା ପରେ ଗଣମାଧ୍ୟମକୁ ଭେଟିଲେ ପାୱାର, ଜାଣନ୍ତୁ ମହାରାଷ୍ଟ୍ର ସରକାର ସମ୍ପର୍କରେ କହିଲେ କ’ଣ

18/11/2019 at 8:24 PM

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସରେ ପହଞ୍ଚିପାରିନାହାନ୍ତି କଂଗ୍ରେସ ଅଥବା ଏନସିପି। ସୋମବାର ଏନସିପି ନେତା ଶରଦ ପାୱାର ନୂଆଦିଲ୍ଲୀରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ଏହା ସ୍ପଷ୍ଟ ହୋଇଯାଇଛି। ସୋନିଆଙ୍କୁ ଭେଟି ଶରଦ ବାହାରକୁ ଆସିବା ପରେ ଗଣମାଧ୍ୟମକୁ ଭେଟିଥିଲେ। ମହାରାଷ୍ଟ୍ରରେ ସରକାର ଗଠନ ନେଇ ସୋନିଆଙ୍କ ସହ ତାଙ୍କର କୌଣସି ଆଲୋଚନା ହୋଇନଥିବା କହିଥିଲେ।

ତେବେ ମହାରାଷ୍ଟ୍ରରେ ଏନସିପି ଓ କଂଗ୍ରେସ ସହ ମିସି ସରକାର ଗଢିବା ଲାଗି ଶିବସେନା କରୁଥିବା ଦାବି ନେଇ ସାମ୍ବାଦିକମାନେ ଶରଦଙ୍କୁ ପ୍ରଶ୍ନ କରିବାରୁ  ପ୍ରସଙ୍ଗରେ ମୋତେ କାହିଁକି ପଚାରୁଛ ଶିବସେନାକୁ ପଚାର ବୋଲି କହିଥିଲେ। ତେବେ ସୋନିଆଙ୍କ ସହ ଆଳାପରେ ରାଜ୍ୟର ବର୍ତ୍ତମାନ ରାଜନୈତିକ ପରିସ୍ଥିତି ଓ ବିଧାୟକଙ୍କୁ ନେଇ ତାଙ୍କର ଆଲୋଚନା ହୋଇଥିଲା ବୋଲି କହିଛନ୍ତି। ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ମେଣ୍ଟ କରି ନିର୍ବାଚନ ଲଢିଛନ୍ତି। ଏଣୁ ଉଭୟ ପରସ୍ପରପ୍ରତି ବିଶ୍ୱାସ ରଖି ପଦକ୍ଷେପ ଗ୍ରହଣ କରିବା ସ୍ୱଭାବିକ କଥା। ତେବେ ସରକାର ଗଠନ ଲାଗି ହାତରେ ଏବେ ୬ ମାସ ସମୟ ଥିବା କହିଛନ୍ତି ପାୱାର।

ସେହିପରି ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆମକୁ ଆଲୋଚନା ଲାଗି ସମସ୍ତଙ୍କୁ ସାଙ୍ଗରେ ନେଇ ଆଲୋଚନା କରିବାକୁ ହୋଇଥାଏ। ମହାରାଷ୍ଟ୍ରରେ ସମାଜବାଦୀ ପାର୍ଟି ମଧ୍ୟ ନିର୍ବାଚନ ଲଢିଛି। ଦଳର କିଛି ପ୍ରାର୍ଥୀ ନିର୍ବାଚିତ ବି ହୋଇଛନ୍ତି। ଏବେ ଆମକୁ ସେମାନଙ୍କ ସହ ମଧ୍ୟ କଥାବାର୍ତା କରିବା ଦରକାର। ତେବେ ସୋନିଆଙ୍କ ସହ ସୋମବାର ଆଲୋଚନାରେ ରାଜ୍ୟରେ ହେବାକୁ ଥିବା ମେଣ୍ଟର ମେନିଫେଷ୍ଟୋ କଣ ହେବ ସେ ନେଇ ଉଭୟ ନେତା ଆଲୋଚନା କରିଥିବା ସ୍ପଷ୍ଟ ହୋଇଯାଇଛି।    

   Related Posts