ମହାରାଷ୍ଟ୍ର ସଙ୍କଟ : ହାତ ଟେକିଦେଲେ ପାୱାର, କହିଲେ ଯାହାକୁ ଜନାଦେଶ ମିଳିଛି ସେମାନେ ସରକାର ଗଠନ ଚିନ୍ତା କରନ୍ତୁ, ଆମେ ବିପକ୍ଷରେ ବସିବୁ

Published By : Prameya-News7 Bureau | November 04, 2019 IST

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ରାଜନୈତିକ ଘଟଣାକ୍ରମ ଦ୍ରୁତ ପରିବର୍ତ୍ତନ ହେଉଛି। ସରକାର ଗଠନ ଲାଗି ମହାରାଷ୍ଟ୍ରର ରାଜନୀତି ଏବେ ଦିଲ୍ଲୀରେ ପହଞ୍ଚି ଗଲାଣି। ଗୋଟିଏ ପଟେ ରାଜ୍ୟ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନବିଶ ସୋମବାର ଦିଲ୍ଲୀରେ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିବା ବେଳେ ଅନ୍ୟପଟେ ଏନସିପି ନେତା ଶରଦ ପାୱାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନା ବେଳେ ଜନତାଙ୍କ ଜନାଦେଶ ଯାହାକୁ ମିଳିଛି ସେମାନେ ସରକାର ଗଠନ ଚିନ୍ତା କରିବେ। ଆମ ପାଖରେ ନମ୍ବର ନାହିଁ ଏଣୁ ଆମେ ବିରୋଧୀ ଦଳରେ ବସିବୁ ବୋଲି ସୋନିଆଙ୍କୁ କହିଛନ୍ତି ପାୱାର। ତେବେ ରାଜ୍ୟର ରାଜନୈତିକ ପରିସ୍ଥିତି ଉପରେ ଆମର ନଜର ରହିଛି ବୋଲି ପାୱାର ସୋନିଆଙ୍କୁ ଆଶ୍ୱସ୍ତ କରିଛନ୍ତି।

{"id":179254}

ତେବେ ଗଣମାଧ୍ୟମ ରିପୋର୍ଟରୁ ଯାହା ଜଣାଯାଏ କଂଗ୍ରେସ ଏଥର ରାଜ୍ୟରେ ବିଜେପିକୁ କ୍ଷମତାରୁ ଦୂରରେ ରଖିବା ଲାଗି ଶିବସେନାର ସମର୍ଥନରେ ଆସିବ ନାହିଁ। ଶରଦ ପାଓ୍ବାରଙ୍କ ସହ ସୋନିଆଙ୍କ ବୈଠକ ପରେ ଉଭୟ କଂଗ୍ରେସ ଓ ଏନସିପି ଜନାଦେଶର ଦ୍ୱାହି ଦେଇ ବିରୋଧୀ ଦଳରେ ବସିବାକୁ ନିଷ୍ପତ୍ତି ନେଇଥିବା ଗଣମାଧ୍ୟମରେ ଆକଳନ କରାଯାଉଛି। ତେବେ ବିଜେପି ସହ ଯଦି ଶିବସେନା ରାଜ୍ୟରେ ମେଣ୍ଟ ନ କରେ ତେବେ ସରକାର ଗଠନ ଲାଗି ବିଜେପି ନିକଟରେ ଆବଶ୍ୟକ ସଂଖ୍ୟାମତ ଥିବା ବିଜେପି ଦାବି କରିଥିଲା। ଏଣୁ ବିଜେପି ହିଁ  ରାଜ୍ୟରେ ଏବେ ସରକାର ଗଠନର ଚିନ୍ତା କରିବ।  

{"id":179258}

ନିର୍ବାଚନ ଫଳାଫଳରେ ୨୮୮ ଆସନରୁ ବିଜେପିକୁ ୧୦୫ଟି ମିଳିଥିବା ବେଳେ ସହଯୋଗୀ ଶିବସେନା ୫୬ଟି ଆସନ ପାଇଛି। ତେବେ ସରକାରରେ ୫-୫୦ ଫର୍ମୁଲା ନେଇ ଶିବସେନା ଏବେବି ଅଡି ରହିବା ଯୋଗୁ ଗତିରୋଧ ଜାରି ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.