ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଯୋଗୀଙ୍କ ଅଭିଯାନକୁ ସମର୍ଥନ ଦେଲେ ପାଓ୍ଵାର, କହିଲେ...

Published By : Prameya-News7 Bureau | July 11, 2021 IST

ମୁମ୍ବାଇ ୧୧।୦୭:  ଉତ୍ତର ପ୍ରଦେଶରେ ରବିବାର ନୂତନ ଜନସଂଖ୍ୟା ନୀତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଥିସହ ଜାତୀୟସ୍ତରରେ ମଧ୍ୟ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବା ଉଚିତ୍  ବୋଲି ଆଲୋଚନା ଆରମ୍ଭ ହୋଇ ଯାଇଛି। ନ୍ୟାସନାଲ କଂଗ୍ରେସ ପାର୍ଟି(ଏନସିପି)ର ମୁଖ୍ୟ ଶରଦ ପାଓ୍ଵାର ମଧ୍ୟ ଜନସଂଖ୍ୟା ନିୟନ୍ତ୍ରଣକୁ ସମର୍ଥନ କରିଛନ୍ତି।  ରବିବାର ଶରଦ ପାଓ୍ଵାର ଏହି ବିଷୟରେ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ଦେଶର ଅର୍ଥନୀତି, ଉନ୍ନତ ରହିବାଶୈଳୀ ଓ ପରିବେଶ ସନ୍ତୁଳନ ପାଇଁ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ଅତି ଆବଶ୍ୟକ। ବିଶ୍ଵ ଜନସଂଖ୍ୟା ଦିବସରେ ଶରଦ ପାଓ୍ଵାରଙ୍କ ଏହି ମନ୍ତବ୍ୟର ଅନେକ ଅର୍ଥ ବାହାର କରାଯାଉଛି। କୁହାଯାଉଛି ଯେ, ଅନ୍ୟ ପାର୍ଟି ମଧ୍ୟ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ଲାଗୁ କରିବା ସପକ୍ଷରେ ଅଛନ୍ତି।

ଶରଦ ପାଓ୍ଵାର କହିଛନ୍ତି, ବିଶ୍ଵ ଜନସଂଖ୍ୟା ଦିବସରେ ପ୍ରତ୍ୟେକ ନାଗରିକଙ୍କୁ ଶପଥ ନେବା ଉଚିତ୍ ଯେ, ସେମାନେ ଜନ ସଂଖ୍ୟା ନିୟନ୍ତ୍ରଣରେ ନିଜର ଯୋଗଦାନ ଦେବେ। ଉନ୍ନତ ଦେଶ ଏବଂ ଉନ୍ନତ ଜୀବନଶୈଳୀ ପାଇଁ ଏହା ବହୁତ ଜରୁରୀ। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ରାଜ୍ୟରେ ନୂତନ ଜନସଂଖ୍ୟା ନୀତି ଲାଗୁ କରି ଲୋକଙ୍କୁ ଏହି ଦିଗ ପ୍ରତି ସଚେତନ କରିବାକୁ ଚେଷ୍ଟା କରିଥିଲେ। ଅଧିକ ଜନସଂଖ୍ୟା  ବଢିଲେ କଣ କଣ ସମସ୍ୟା ସୃଷ୍ଟି  ହେଉଛି ସେଥିପ୍ରତି ଲୋକଙ୍କୁ ସଚେତନ କରାଯାଉ ବୋଲି ସେ କହିଛନ୍ତି। ଜନସଂଖ୍ୟା ବିସ୍ଫୋରଣ ହିଁ ସବୁ ସମସ୍ୟାର ମୂଳ କାରଣ। ଏଥିରେ ସମାଜରେ ଅସମାନତ ବଢିବାରେ ଲାଗିଛି। ଏକ ଉନ୍ନତ ସମାଜର ନିର୍ମାଣ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ବହୁତ ଜରୁରୀ ବୋଲି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.