ଆଜି ଶିବସେନା-ଏନ୍‌ସିପି- କଂଗ୍ରେସ ମିଳିତ ବୈଠକ : ସରକାର ଗଠନ ନେଇ ହୋଇପାରେ ଘୋଷଣା

Published By : Prameya-News7 Bureau | November 22, 2019 IST

ମୁମ୍ବାଇ ୨୨।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆଜି ହୋଇପାରେ ଘୋଷଣା । ସରକାର ଗଠନର ନିକଟତର ହେଲେ ଶିବସେନା, ଏନସିପି ଓ କଂଗ୍ରେସ । ୩ ଦଳ ଏକାଠି ମିଶି ସରକାର ଗଢ଼ିବା ନେଇ ପୂର୍ବରୁ ଭିନ୍ନ ଭିନ୍ନ କଥା କହୁଥିଲେ ମଧ୍ୟ ଏବେ ସେମାନେ ସମଭାବାପନ୍ନ ହୋଇଛନ୍ତି । ମହାରାଷ୍ଟ୍ରରେ ଏକ ସ୍ଥିର ସରକାର ଗଠନ ହେବ ବୋଲି କଂଗ୍ରେସ ନେତା ପୃଥ୍ବୀରାଜ ଚୌହାନ କହିଛନ୍ତି । ଆଜି ଶିବସେନା, ଏନସିପି ଓ କଂଗ୍ରେସ ନେତାମାନେ ମୁମ୍ବାଇରେ ପ୍ରଥମ ଥର ପାଇଁ ଏକାଠି ବୈଠକ କରିବେ । ଆଜି ଦିନ ୨ଟାରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ଅପରାହ୍ନ ୪ଟାରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିବ । ପୂର୍ବରୁ ଶିବସେନା-ଏନସିପି କିମ୍ବା ଏନସିପି-କଂଗ୍ରେସ ମଧ୍ୟରେ ଆଲୋଚନା ହେଉଥିଲା, ହେଲେ ଆଜି ମୁମ୍ବାଇରେ ତିନି ଦଳର ନେତାଙ୍କୁ ଏକାଠି ଦେଖିବାକୁ ମିଳିବ ।

ବିଜେପିକୁ ମହାରାଷ୍ଟ୍ରରେ କ୍ଷମତାରୁ ଦୂରେଇ ରଖିବା ସହିତ କଡ଼ା ଜବାବ ଦେବା ପାଇଁ ମୁମ୍ବାଇରେ ସଂପୂର୍ଣ୍ଣ ସହମତି ହେବ । ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ପ୍ରାୟତଃ ସ୍ପଷ୍ଟ ହୋଇଛି । ମନ୍ତ୍ରୀ ପଦକୁ ନେଇ ମଧ୍ୟ ତିନି ଦଳ ଭିତରେ ସହମତି ବନିଥିବା କେତେକ ସୁତ୍ରରୁ ଜଣାପଡ଼ିଛି । ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମଧ୍ୟ ଗତକାଲି ବିଳମ୍ବିତ ରାତିରେ ଶରଦ ପାୱାରଙ୍କ ଘରକୁ ଯାଇ ଆଲୋଚନା କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ଆଲୋଚନା ହୋଇଛି । ଉଦ୍ଧବଙ୍କ ସାଥୀରେ ସଞ୍ଜୟ ରାୱତ ମଧ୍ୟ ବୈଠକକୁ ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.