ଆଜି ସୋନିଆ ଗାନ୍ଧୀଙ୍କୁ ଭେଟିବେ ଶରଦ ପାୱାର , ସରକାର ଗଠନ ନେଇ ହୋଇପାରେ ଚୂଡାନ୍ତ ନିଷ୍ପତ୍ତି

Published By : Prameya-News7 Bureau | November 18, 2019 IST

ମୁମ୍ବାଇ ୧୮।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟର  ଭାଗ୍ୟ ଦିଲ୍ଲୀରେ ଚୂଡାନ୍ତ ହେବାର ସମ୍ଭାବନା ରହିଛି । ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବେ ଏନସିପି ମୁଖ୍ୟ ଶରଦ ପୱାର । ସମ୍ଭାବ୍ୟ ମେଣ୍ଟର ଚିତ୍ର ସୋନିଆ ଏବଂ ଶରଦ ପୱାରଙ୍କ ଆଲୋଚନା ପରେ ହିଁ ସ୍ପଷ୍ଟ ହେବ ।

{"id":185925,"sizeSlug":"large"}

ସୋନିଆଙ୍କ ଆଗରୁ ଶରଦ ପୱାର ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ, କେସି ବେଣୁଗାପାଳ, ମଲ୍ଲିକାର୍ଜୁନ ଖାଡଗେଙ୍କୁ ଭେଟିବେ । ଏପଟେ ସରକାର ଗଢିବା ଲାଗି ଯେତିକି ବିଳମ୍ବ ହୋଉଛି ଶିବସେନା ଛାତି ସେତିକି ଧଡଧଡ ହେଉଛି । ଶିବସେନା-ଏନସିପି-କଂଗ୍ରେସ ଭିତରେ କମନ୍ ମିନିମମ୍ ପ୍ରୋଗାମ ସ୍ଥିର କରାଯାଇଛି । ତେବେ ଏହା ଉପରେ ଚୂଡାନ୍ତ ମୋହର ଦିଲ୍ଲୀରେ ଲାଗିବ । ଯଦି ସୋନିଆ ଏବଂ ଶରଦ ପୱାରଙ୍କ ଭିତରେ ସବୁ କିଛି ଠିକ ରହେ ତେବେ ଦିନେ ଦୁଇ ଦିନ ଭିତରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଦିଲ୍ଲୀ ଆସି ପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.