Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

OYO ସବସିଡାରୀଙ୍କ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ ଲାଗି NCLTଙ୍କ ନିର୍ଦ୍ଦେଶ

7/04/2021 at 8:41 PM

ବେଙ୍ଗାଲୁରୁ ୭।୪: ଦେଶର ଆତିଥେୟତା ଉଦ୍ୟୋଗରେ ନୂଆ ସଂଜ୍ଞା ସୃଷ୍ଟି କରିଥିବା  ଓୟୋଙ୍କ ସହାୟକ (ସବସିଡାରୀ) ଓୟୋ ହୋଟେଲ ଏଣ୍ଡ ହୋମସ୍‌ ପ୍ରାଇଭେଟ ଲିମିଟେଡ (ଓଏଚଏଚପିଏଲ୍)ଙ୍କ ବିରୋଧରେ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି) କର୍ପୋରେଟ୍ ଇନସଲଭାନ୍ସି ରିଜଲ୍ୟୁସନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୧୬ଲକ୍ଷ ଟଙ୍କାର ଏକ ବିବାଦକୁ ନେଇ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ବିରୋଧରେ ଓୟୋ ଅପିଲ କରିଥିବା ବୁଧବାର ଏକ ଟ୍ୱିଟ୍‌ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। 

ଏନସିଏଲଟି ଗତ ମାର୍ଚ୍ଚ ୩୦ ତାରିଖରେ  ଇନସଲଭାନ୍ସି କାର୍ଯ୍ୟନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିରେ ଓୟୋଙ୍କୁ ସମସ୍ତ ପ୍ରମାଣପତ୍ର ସହ ତାଙ୍କର ପକ୍ଷ ରଖିବା ଲାଗି ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନରେ ଜଗଦ୍ଦୀଶ ଭାଇଶାହଙ୍କୁ ଏନସିଏଲଟି ଅନ୍ତରୀଣ ରିଜଲ୍ୟୁସନ ପ୍ରଫେସନାଲ ନିଯୁକ୍ତ କରିଛନ୍ତି। ସେପଟେ ଓୟୋ ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ରିତେଶ ଅଗ୍ରୱାଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ମାମଲା ନେଇ ସୂଚିତ କରିଛନ୍ତି।

ଏଥିରେ ଅଭିଯୋଗକାରୀ ଓୟୋଙ୍କ ସବସିଡାରୀରୁ ୧୬ଲକ୍ଷ ଟଙ୍କା ପାଇବା ଲାଗି ଏନସିଏଲଟିଙ୍କ ଠାରେ ଆବେଦନ କରିଥିବା ଅଗ୍ରୱାଲ ଉଲ୍ଲେଖ କରିଛନ୍ତି। ତେବେ ବିରୋଧ ମଧ୍ୟରେ ଓୟୋ ଏହି ରାଶି ଦାବିଦାରଙ୍କୁ ବ୍ୟାଙ୍କ ମାଧ୍ୟମରେ ପୈଠ କରିଥିବା କହିଛନ୍ତି। ଅନ୍ୟପକ୍ଷରେ ମହାମାରୀ ପରବର୍ତ୍ତି ପର୍ଯ୍ୟାୟରେ ଓୟୋ ତାର ବିଶାଳ ବଜାରରେ ସୁଧାର ଆଣିବାକୁ ସକ୍ଷମ ହୋଇଥିବା ଓ ଏବେ ଲାଭରେ ପରିଚାଳିତ ହେଉଥିବା ଅଗ୍ରୱାଲ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ଏ ନେଇ ଓୟୋ ମୁଖପାତ୍ର ଏକ ଅଧିକାରୀକ ବୟାନରେ ଦାବିଦାରଙ୍କ ବିବାଦ ଓଏଚଏଚପିଏଲ ସହ ନଥିବା କହିଛନ୍ତି। ତେବେ ଏକ ଚୁକ୍ତି ବିବାଦରେ ଏନସିଏଲଟି ଓୟୋଙ୍କ ସବସିଡାରୀ ବିରୋଧରେ ଆବେଦନ ସ୍ୱୀକାର କରିବା ଆମକୁ ଆଶ୍ଚର୍ଯ୍ୟଚକିତ କରିଥିବା ସେ କହିଛନ୍ତି। ମାମଲା ଏବେ ବିଚାରାଧୀନ ଥିବା ବେଳେ ପ୍ରସଙ୍ଗରେ ଅଧିକ କିଛି କହିବା ଆମଲାଗି ଯୁକ୍ତି ସଙ୍ଗତ ନୁହେଁ ଓ ବିଚାର ପ୍ରକ୍ରିୟା ଉପରେ ଆମର ସମ୍ପୂର୍ଣ୍ଣ ଆସ୍ଥା ଥିବା ସେ କହିଛନ୍ତି।

   Related Posts