ପୁଣି ଆକାଶ ଚିରିବ Jet Airways, ଜାଲାନ-କଲରକ୍ ଆଲାଏନ୍ସଙ୍କୁ ମିଳିଲା ସମାଧାନ ଅନୁମତି

Published By : Prameya-News7 Bureau | June 22, 2021 IST

ନୂଆଦିଲ୍ଲୀ ୨୨।୬: ସୁଲଭ ବିମାନ ସେବା ଲାଗି ଦେଶରେ ଜଣାଶୁଣା ଜେଟ୍‌ ଏୟାରୱେଜ୍‌ ପୁଣି ଆକାଶରେ ଉଡ଼ିବ। କ୍ଷତି ଯୋଗୁ ୨୦୧୯ରେ ବନ୍ଦ ହୋଇଯାଇଥିବା ଏହି ଏୟାରଲାଇନ୍ସ ଏବେ ସମାଧାନ ପ୍ରକ୍ରିୟା ଦେଇ ଗତି କରୁଛି। ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (ଏନସିଏଲଟି)  ମଙ୍ଗଳବାର ଏଥିପାଇଁ ଜଲାନ କଲରକ୍‌ ଆଲାଏନ୍ସଙ୍କ ସମାଧାନ ଯୋଜନାକୁ ମଞ୍ଜୁର କରିଛନ୍ତି । ଫଳରେ ଜେଟ୍‌ ଏୟାରୱେଜ ପୁଣି ଦେଶରେ ବିମାନ ସେବା ଉପଲବ୍ଧ କରିପାରିବେ ବୋଲି ଏବେ ଆଶା  କରାଯାଉଛି।

{"id":469637,"width":836,"height":626,"sizeSlug":"large","linkDestination":"none"}
file pix

ଜେଟ୍‌ ଏୟାରୱେଜଙ୍କ ଋଣଦାତା କମିଟି ଅକ୍ଟୋବର ୨୦୨୦ରେ ବ୍ରିଟେନର କଲରକ କ୍ୟାପିଟାଲ ଓ ୟୁଏଇ ଉଦ୍ୟୋଗପତି ମୁରାରୀଲାଲ ଜଲାନଙ୍କ ଆଲାଏନ୍ସ ଦ୍ୱାରା ପ୍ରସ୍ତୁତ ସମାଧାନ ପନ୍ଥାକୁ ମଞ୍ଜୁର କରିଥିଲେ। କ୍ଷତି ଯୋଗୁ ଜେଟ୍‌ ଏୟାରୱେଜ୍‌ ଏପ୍ରିଲ ୨୦୧୯ରେ ବିମାନ ସଞ୍ଚାଳନ ବନ୍ଦ କରିଦେଇଥିଲେ। ଏଣୁ ବିମାନ କମ୍ପାନୀଙ୍କୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କଙ୍କ ନେତୃତ୍ୱରେ ଋଣଦାତା ସମୂହ ଏନସିଏଲଟିରେ ଜେଟ୍ ଏୟାରୱେଜଙ୍କୁ ଦେବାଳିଆ ଘୋଷଣା ଲାଗି ଆବେଦନ କରିଥିଲେ।

{"id":469638,"width":842,"height":474,"sizeSlug":"large","linkDestination":"none"}
file pix

ବ୍ୟାଙ୍କମାନଙ୍କ ଆବେଦନକୁ ଏନସିଏଲଟି ମଧ୍ୟ ଗ୍ରହଣ କରିଛନ୍ତି। ତେବେ ଜଲାନ କଲରକ ଆଲାଏନ୍ସଙ୍କ  ଉଦ୍ୟମ ଦେଶର ବୁଡି ଯାଉଥିବା ବିମାନ କମ୍ପାନୀ ଲାଗି ନୂଆ ଆଶାର କିରଣ ଭାବେ ଉଭା ହୋଇଛି। ସମାଧାନ ପ୍ରକ୍ରିୟା ମଞ୍ଜୁର ହେଲେ ପୁଣି ଜେଟ୍‌ ଏୟାରୱେଜ୍‌ କାର୍ଯ୍ୟକ୍ଷମ ହେବା ସହ ପୂର୍ବ ଭଳି ଯାତ୍ରୀସେବା ଯୋଗାଇ ପାରିବେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.