Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଏନସିଏଲଟିର ମୋହର, ବିକ୍ରି ହୋଇଯିବ ଭିଡିଓକନ, କିଣିବ ବେଦାନ୍ତ

10/06/2021 at 3:33 PM

ନୂଆଦିଲ୍ଲୀ, ୧୦।୬: ଦେବାଳିଆ କମ୍ପାନୀ ମାମଲା ଗୁଡ଼ିକର ବିଚାର କରୁଥିବା ନାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ ବା ଏନସିଏଲଟି ଭାରତର ଏକ ବଡ଼ କମ୍ପାନୀର ବିକ୍ରି ଉପରେ ମୋହର ମାରିଛି l ଖରାପ ପରିସ୍ଥିତି ଦେଇ ଗତି କରୁଥିବା ୩୫ ବର୍ଷ ପୁରୁଣା କମ୍ପାନୀ ଭିଡ଼ିଓକାନ ଗ୍ରୁପ ଅଫ ଇଣ୍ଡଷ୍ଟ୍ରିଜ ବିକ୍ରି ହେବା ନେଇ ନିଶ୍ଚିତ ହୋଇଛି l

କୋଟିପତି ଅନିଲ ଅଗ୍ରୱାଲଙ୍କ କମ୍ପାନୀ ଟ୍ୱିନ ଷ୍ଟାର ଟେକ୍ନୋଲୋଜି ଏହାକୁ ପାଖାପାଖି ୨୯୬୨ କୋଟି ଟଙ୍କାରେ କିଣିବା ନେଇ ଜଣାପଡିଛି lଭିଡିଓକନ ଗ୍ରୁପ ଉପରେ ସମୁଦାୟ ୩୧ ହଜାର କୋଟି ଟଙ୍କାର କରଜ ରହିଛି l ଯୋଜନା ମୁତାବିକ ବେଦାନ୍ତ ଗ୍ରୁପର ଟ୍ୱିନ ଷ୍ଟାର କମ୍ପାନୀ ୯୦ ଦିନ ଭିତରେ ୫ ଶହ କୋଟି ଟଙ୍କାର ଆଡ଼ଭାନ୍ସ ପେମେଣ୍ଟ କରିବ l ବଳକା ଟଙ୍କା କିଛି ଦିନ ଭିତରେ ନନ କାଉଣ୍ଟବଲ ଡିବେଞ୍ଚର ହିସାବରେ ବେଦାନ୍ତ ପକ୍ଷରୁ ଦିଆଯିବ ବୋଲି ଜଣାପଡିଛି lଟଙ୍କା ଦେବା ପରେ ଇଲେକ୍ଟ୍ରୋ ଷ୍ଟିଲ ଏବଂ ଫେରୋ ଆଲେଏଜ କର୍ପୋରେସନ ପରେ ଅନିଲଙ୍କର ଏହା ତୃତୀୟ କିଣା ଯାଇଥିବା ସମ୍ପତ୍ତି ହେବ l

ଭିଡିଓକନର ମାଲିକାନାରେ ତେଲ କ୍ଷେତ୍ରରେ ୨୫ ପ୍ରତିଶତ ଭାଗ ରହିଥିବାରୁ ବେଦାନ୍ତ କମ୍ପାନୀ ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରିଛି l ଏହି ଅଧିଗ୍ରହଣ ପରେ ବେଦାନ୍ତର ତେଲ କ୍ଷେତ୍ରରେ 47.5 ପ୍ରତିଶତ ଅଂଶଦାନ ହୋଇଯିବ l ଏହାସହିତ ବେଦାନ୍ତ ଓଏନଜିସିର 40 ପ୍ରତିଶତ ଅଂଶ ଠାରୁ ଅଧିକ ହୋଇଯିବ ବୋଲି ଜଣାପଡିଛି l

   Related Posts