Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଏନସିଇଆରଟି ଆରମ୍ଭ କରିଛି କାଉନସେଲିଂ, ଲକଡାଉନ ବେଳେ ପିଲାଙ୍କ ମାନସିକ ଓ ଶାରୀରିକ ସୁସ୍ଥତା ରକ୍ଷା ପାଇଁ ଅଞ୍ଚଳ ଭିତ୍ତିରେ ନିଯୁକ୍ତ ହୋଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ

5/05/2020 at 6:13 PM

ଭୁବନେଶ୍ୱର, ୦୫|୦୫ :   ଲକଡାଉନ୍ ସମୟରେ ଏନସିଇଆରଟି  ଛାତ୍ରଛାତ୍ରୀଙ୍କ ପାଇଁ କାଉନସେଲିଂ ଆରମ୍ଭ କରିଛି । ଏହାକୁ ମାଗଣାରେ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ । ଏହି ସମୟରେ ଛାତ୍ରଛାତ୍ରୀଙ୍କ ମାନସିକ ଓ ଶାରିରୀକ ସ୍ଥିତି କିପରି ରହିଛି ଯାହା ଉପରେ ଏନସିଇଆରଟି ଗୁରୁତ୍ୱ ଦେବ ।

କରୋନା ଭାଇରସ ପାଇଁ ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଫଳରେ ଛାତ୍ରଛାତ୍ରୀମାନେ ଘରେ ରହୁଛନ୍ତି । ସେମାନେ ଦୁଃଖ, ଭୟ, ଆଶଙ୍କା, ଉପାୟଶୂନ୍ୟ ଆଦି ରହୁଛନ୍ତି । ଅନେଇ ସିଆଇଇଟି ଓ୍ୱେବସାଇଟରେ ରିପୋର୍ଟ ପ୍ରକାଶ ପାଇବା ପରେ ଏନସିଇଆରଟି ତତ୍ପରତା ପ୍ରକାଶ କରିଛି । ଏହି ସଂସ୍ଥା ଏନସିଇଆରଟିର ଏକ ନୋଡାଲ ଏଜେନ୍ସି । ଏହା ଶିକ୍ଷା ପ୍ରଣାଳୀରେ ମାସ୍ ମିଡିଆକୁ ଗୁରୁତ୍ନ ଦେବା ସହ ଏହାର ଗୁଣବତ୍ତା ବୃଦ୍ଧି ଦିଗରେ କାମ କରିଥାଏ । ଛାତ୍ରଛାତ୍ରୀଙ୍କ ମାନସ୍ଥିକ ସ୍ଥିତ ଉପରେ ନଜର ରଖିବା ପାଇଁ କାଉନସିଲର ମଧ୍ୟ ଏନସିଇଆରଟି ପକ୍ଷରୁ ନିଯୁକ୍ତ କରାଯାଇଛି ।

ଏନେଇ ବିଭାଗ ପକ୍ଷରୁ ବିଭିନ୍ନ ରିଜିଅନ ପାଇଁ କାଉନସିଲର ନିଯୁକ୍ତ କରାଯାଇଛି । ସେମାନଙ୍କ ନାଁ, ଇମେଲ ଆଇଡି, ମୋବାଇଲ ନମ୍ବର ଆଦି ମଧ୍ୟ ପ୍ରଦାନ କରାଯାଛି । ଯେଉଁ ଛାତ୍ରଛାତ୍ରୀମାନେ ଚାହାଁନ୍ତି ସେମାନଙ୍କ ସହ ଯୋଗଯୋଗ କରିପାରିବେ ।

ପୂର୍ବ ରିଜିଅନ୍ ପାଇଁ ଡିଏଭି ପବ୍ଲିକ ସ୍କୁଲ, ପୋଖରୀପୁଟର ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟରତ୍ତ ସ୍ମରଣିକା ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ବିଦ୍ୟାର୍ଥୀ ଓ ଅଭିଭାବକଙ୍କୁ ନିଶୁଳ୍କ ପରାମର୍ଶ ପ୍ରଦାନ କରିବେ । ଇଚ୍ଛୁକ ବିଦ୍ୟାର୍ଥୀମାନେ ତାଙ୍କ ସହ ୭୭୩୫୩୧୯୯୮୦ ନମ୍ବରରେ ଯୋଗାଯୋଗ ମଧ୍ୟ କରିପାରିବେ ।

   Related Posts