ଏନସିସି ଝିଅ କ୍ୟାଡେଟ୍‌ଙ୍କୁ ପର୍ଣ୍ଣ ଭିଡିଓ ପଠାଉଥିଲେ ମେଜର ଜେନେରାଲ, ଏବେ ହେବ କୋର୍ଟ ମାର୍ଶଲ

Published By : Prameya-News7 Bureau | November 01, 2019 IST

ନୂଆଦିଲ୍ଲୀ୩ ୧/୧୧ : ନ୍ୟାସନେଲ କ୍ୟାଡେଟ୍‌ କର୍ପସ (ଏନସିସି)ର ଝିଅ କ୍ୟାଡେଟ୍‌ଙ୍କୁ ପର୍ଣ୍ଣ ଭିଡିଓ ପଠାଇବା ମେଜର ଜେନେରାଲ ରାଙ୍କ୍‌ର ଜଣେ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଭାରତୀୟ ସେନା କୋର୍ଟ ମାର୍ଶଲ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତି କରିଛି। ସେନାର ସୂଚନା ଅନୁସାରେ ମେଜର ଜେନେରାଲଙ୍କୁ ଏନସିସିର ଓ୍ବେଷ୍ଟର୍ଣ୍ଣ ରିଜନ୍‌ର କମାଣ୍ଡର ଦାୟିତ୍ବ ମିଳିଥିଲା।

ଏନସିସି ଝିଅ କ୍ୟାଡେଟ୍‌ ମେଜରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଝିଅ ଏନସିସି କ୍ୟାଡେଟ୍‌ଙ୍କୁ ସେ ପର୍ଣ୍ଣ ଭିଡିଓ ପଠାଉଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଯାଞ୍ଚ ପାଇଁ ଆର୍ମି ହେଡ୍‌ କ୍ବାର୍ଟସ ନିର୍ଦେଶ ଦେଇଛନ୍ତି। ସେଥିଲାଗି ମେଜରଙ୍କୁ ଯାଞ୍ଚର ପରିସର ଭୁକ୍ତ କରାଯାଇଛି। ଖୁବ୍ ଶୀଘ୍ର ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

କ’ଣ କୋର୍ଟ ମାର୍ଶଲ?

ସେନାରେ ଥିବା ଯବାନ ଓ ଅଧିକାରୀଙ୍କ ପାଇଁ ସ୍ବତନ୍ତ୍ର କୋର୍ଟକୁ ମାର୍ଶଲ କୋର୍ଟ ବୋଲି କୁହାଯାଏ। ଯେଉଁଠି ସେନା ଅଧିକାରୀ ଓ କର୍ମଚାରୀ କରିଥିବା ଭୁଲ ଠିକ୍‌ର ବିଚାର କରାଯାଇଥାଏ। ସେନାର ନିୟମ ବା ଅନୁଶାସନ ଭାଙ୍ଗଥିବା ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ମାର୍ଶଲ କୋର୍ଟରେ ସେମାନଙ୍କ ଦୋଷ ପ୍ରମାଣିତ ହେଲେ ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.