Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଶାହାରୁଖଙ୍କ ଡ୍ରିମ୍‌ ହାଉସ୍‌ ‘ମନ୍ନତ’ରେ ରେଡ୍‌ କରିବ NCB, ଡ୍ରଗ୍ସ ଥିବାନେଇ ମିଳିଛି ଗୁପ୍ତ ସୂଚନା !

4/10/2021 at 3:35 PM

ମୁମ୍ବାଇ ୦୪/୧୦ : ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ । ପଚରାଉଚରା ବେ​‌ଳେ ଆର୍ଯ୍ୟନ୍‌ ଡ୍ରଗ୍ସ ନେଇଥିବା କଥା ସ୍ବୀକାର କରିଥିବା ବେଳେ ତଦନ୍ତକୁ ଆହୁରି କଠୋର କରିଛି ଏନ୍‌ସିବି । ତେବେ ଆର୍ଯ୍ୟନଙ୍କୁ ଗିରଫ କରାଯିବା ପରେ ଏବେ ଏନ୍‌ସିବି ଟାର୍ଗେଟରେ ଶାହାରୁଖଙ୍କ ଘର ମନ୍ନତ । ଖୁବଶୀଘ୍ର ମନ୍ନତରେ ଚଢଉ କରାଯିବା ନେଇ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ମନ୍ନତରେ ସର୍ଚ୍ଚ ଅପରେସନ କରିପାରେ ଏନ୍‌ସିବି । ଗିରଫ ୮ଜଣ ଅଲଗା ଅଲଗା ଭାବେ ସିପ୍‌ରେ ପହଞ୍ଚିଥିଲେ । ତେଣୁ ଏନ୍‌ସିବି ରେଡ୍‌ କରିବା ସମୟରେ ଅନ୍ୟମାନେ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିଲେ । ଏହି ମାମଲାରେ ଏବେ ଛାନ୍‌ଭିନ୍ ଜାରିରଖିଛି ଏନ୍‌ସିବି । ଘଟଣାରେ ଆହୁରି ଅନେକ ବ୍ୟକ୍ତି ଗିରଫ ହୋଇପାରନ୍ତି ।

Mannat Is Shahrukh Khan's House In Bandra | LBB, Mumbai

ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ର ଘନିଷ୍ଠ ବନ୍ଧୁ ଅରବାଜ ମର୍ଚେଣ୍ଟ ପ୍ରକୃତରେ କେଉଁଠାରୁ ଡ୍ରଗ୍ସ ଆଣୁଥିଲା ସେ ନେଇ ସୂଚନା ପାଇସାରିଛି ଏନ୍‌ସିବି । ବର୍ତ୍ତମାନ ସୁଦ୍ଧା କ୍ରୁଜ୍‌ରେ ଚାଲିଥିବା ରେଭ୍‌ ପାର୍ଟିରୁ ମୋଟ ୮ ଜଣଙ୍କୁ ହେପାଜତରେ ରଖିଛି ନାର୍କୋଟିକ୍ସ ବ୍ୟୁରୋ । ରବିବାର ଏନସିବି ମେସ୍‌ରେ ହୋଇଥିବା ଖାଦ୍ୟ ଖାଇଥିଲେ ଆର୍ଯ୍ୟନ୍‌ । ତାଙ୍କୁ ବାହାର ଖାଦ୍ୟ ଦିଆଯାଇନଥିଲା ।

ଆର୍ଯ୍ୟନ ଏବଂ ଅରବାଜ୍ ମର୍ଚେଣ୍ଟଙ୍କ ବ୍ୟତିତ ଗିରଫ ହୋଇଥିବା ବି-ଟାଉନ୍‌ର ଆଉ ଜଣେ ଷ୍ଟାର କିଡ୍‌ ମୁନ୍‌ମୁନ୍‌ ଧମେଚାକୁ ମଧ୍ୟ ଗିରଫ କରିଛି ଏନ୍‌ସିବି । ସେ ମଧ୍ୟ ଚରସ୍‌ ନେଇଥିଲା । ତେବେ ଗିରଫ ହୋଇଥିବା ଇସ୍ମିତ୍‌ ଚଡ୍ଡା ଦିଲ୍ଲୀର ଜଣାଶୁଣା ବ୍ୟବସାୟୀ । ସେହିଭଳି ମୋହକ ଜୟସଓ୍ବାଲର ମଧ୍ୟ ଦିଲ୍ଲୀ ବ୍ୟବସାୟିକ କାରବାର ରହିଛି । ଏହା ସହିତ ଗୌମିତ ଚୋପ୍ରା ଜଣାଶୁଣା ହେୟାର ଷ୍ଟାଇଲିଷ୍ଟ୍‌ । ଏ ସମସ୍ତଙ୍କୁ ଏବେ ମାରାଥନ୍‌ ଜେରା କରୁଛି ଏନ୍‌ସିବି ।

MANNAT" A Luxurious Manor - LuxuryProperties.in

ତେବେ ଏମାନେ ଡ୍ରଗ୍ସ କେଉଁଠାରୁ ଆଣୁଥିଲେ ? ଘଟଣାରେ ଆଉ କେଉଁ କେଉଁମାନେ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ ଜାରି ରଖିଛି ଏନ୍‌ସିବି । ତେବେ ବର୍ତ୍ତମାନ ଶାହାରୁଖ ଖାନଙ୍କ ବାସଭବନ ମନ୍ନତ୍‌ରେ ଚଢାଉ ହେବ ବୋଲି ଅନୁମାନ କରାଯାଉଛି । କାରଣ ଏନ୍‌ସିବିକୁ ଖବର ମିଳିଛି ଯେ, ମନ୍ନତରେ ମଧ୍ୟ ଡ୍ରଗ୍ସ ରହିଛି ।  

Here's A Virtual Tour Inside Shah Rukh Khan's 'Mannat' In Mumbai

   Related Posts