Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଡ୍ରଗ୍ସ ମାମଲାରେ ସାରା ଅଲି ଖାନ, ଶ୍ରଦ୍ଧା କପୁର, ରକୁଲପ୍ରୀତଙ୍କୁ ସମନ ପଠାଇବ ଏନସିବି

21/09/2020 at 4:11 PM

ନୂଆଦିଲ୍ଲୀ ୨୧/୦୯ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ଡ୍ରଗ୍ସ ଏଙ୍ଗଲର ଯାଞ୍ଚ କରୁଥିବା ଏନସିବି ରିୟା ଓ ତାଙ୍କ ଭାଇ ଷୌଭିକ ଚକ୍ରବର୍ତୀଙ୍କୁ ଗିରଫ କରିବା ପରେ ଏହି ମାମଲାରେ ଜଡିତ ଲୋକଙ୍କୁ ସମନ ପଠାଇବାକୁ ପ୍ରସ୍ତୁତି କରୁଛି । ଏନସିବି ଜେରା ସମୟରେ ରିୟା ଯେଉଁ ଅଭିନେତ୍ରୀଙ୍କ ନାଁ ଖୁଲାସା କରିଥିଲେ ସେମାନଙ୍କୁ ଏନସିବି ପାଖରେ ହାଜର ହେବାକୁ ପଡିପାରେ । ଏନସିବି ସୂତ୍ର ଅନୁଯାୟୀ ଯାଞ୍ଚ ଟିମ ବହୁତ ଶୀଘ୍ର ଏହି ମାମଲାରେ ଅଭିନେତ୍ରୀ ସାରା ଅଲି ଖାନ ଓ ଶ୍ରଦ୍ଧା କପୁରଙ୍କୁ ପଚରାଉଚୁରା କରିପାରେ ।

ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା ଏନସିବି ଟିମ ବଲିଉଡରେ ଡ୍ରଗ୍ସ କନେକ୍ସନ ନେଇ ତଦନ୍ତ କରୁଛି । ମାମଲାରେ ରିୟା କହିଥିଲେ ବଲିଉଡ ପାର୍ଟିରେ ଡ୍ରଗ୍ସ ଚଳେ । ଏହି ମାମଲାରେ ବର୍ତ୍ତମାନ ଏନସିବି ଟିମ ଆଉ କିଛି କଳାକାରଙ୍କୁ ପଚରାଉଚୁରା କରିବାକୁ ପ୍ରସ୍ତୁତ ହେଉଛି । ସୂଚନା ଅନୁଯାୟୀ, ଏନସିବି ପ୍ରଥମେ ସାରା ଅଲି ଖାନ ଓ ଶ୍ରଦ୍ଧା କପୁରଙ୍କୁ ପଚରାଉଚୁରା କରିବ ଓ ପରେ ରକୁଲପ୍ରୀତ ସିଂହ ଓ ସିମୋନଙ୍କୁ ପଚରାଉଚୁରା କରିବ ।

ଫିଲ୍ମ ଛିଛୋରେର ପାର୍ଟି ସୁଶାନ୍ତଙ୍କ ଫାର୍ମ ହାଉସରେ ହୋଇଥିଲା । ଏହି ପାର୍ଟିରେ ଜଣେ ଅଭିନେତ୍ରୀ ଆସିଥିଲେ ଓ ସେଠାରେ ଡ୍ରଗ୍ସ ବି ସେବନ କରିଥିଲେ । ରିୟା ଚକ୍ରବର୍ତୀ ଏହି ମାମଲାରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ନାଁ ଖୁଲାସା କରିଥିଲେ । ସୁଶାନ୍ତଙ୍କ ଡ୍ରାଇଭର ମଧ୍ୟ ଏନେଇ ସାକ୍ଷୀ ଦେଇଥିଲେ ।

   Related Posts