ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କ ଭାଇ ସୌଭିକଙ୍କୁ ଜେରା କରୁଛି ଏନସିବି ଟିମ୍, ଘରେ ବି ଚଢ଼ାଉ, ଖୋଜା ଚାଲିଛି ଡ୍ରଗ୍ସ ଲିଙ୍କ୍

Published By : Prameya-News7 Bureau | September 04, 2020 IST

ମୁମ୍ବାଇ ୦୪/୦୯: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଖିଅ ଖୋଜିବା ପାଇଁ ସବୁ ଦିଗରୁ ତଦନ୍ତ ଚାଲିଛି। ସିବିଆଇ ସମେତ ନାରକୋଟିକ୍ସ କଣ୍ଟୋ୍ରଲ ବ୍ୟୁରୋ (ଏନସିବି) ଓ ପ୍ରବର୍ତନ ନିଦ୍ଦେର୍ର୍ଶାଳୟ (ଇଡି) ମଧ୍ୟ ବିଭିନ୍ନ କୋଣରୁ ତଦନ୍ତ ଚଳାଇଛି। ଡ୍ରଗ୍ ପେଡଲର୍ସର ଖୁଲାସା ହେବା ପରେ ସାମୁଏଲ୍ ଓ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତୀ ଏନସିବିର ସନ୍ଦେହ ଘେରକୁ ଆସିଛନ୍ତି। ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ଟିମ୍ ରିୟାଙ୍କ ଘରକୁ ଯାଇ ପ୍ରାୟ ଚାରି ଘଣ୍ଟା ତନାଘନା କରିଛି। ଏହା ସହ ସାମୁଏଲ ମିରାଣ୍ଡାଙ୍କ ଘରେ ମଧ୍ୟ ଏନସିବି ଟିମ୍ ଚଢ଼ଉ କରିଛି। ଏହା ପୂର୍ବରୁ ଏନସିବି ସୁଶାନ୍ତଙ୍କ ମାମଲାରେ ଡ୍ରଗର ସମ୍ବନ୍ଧ ଥିବା ନେଇ ଏବେ ସୁଦ୍ଧା ପାଞ୍ଚ ଜଣଙ୍କୁ ଗିରଫ କରିଛି।

ଏବେ ଡ୍ରଗ୍ ବାବଦରେ ଅଧିକ ଜାଣିବା ପାଇଁ ଏନିସିବି ରିୟାଙ୍କ ଭାଇ ସୌଭିକଙ୍କୁ ଜେରା ପାଇଁ ନେଇଛି। ସାମୁଏଲ ଓ ସୌଭିକ ତଦନ୍ତରେ ସାମିଲ ହେବା ପାଇଁ ଏନସିବି ପୂର୍ବରୁ ସେମାନଙ୍କୁ ସମନ ଜାରି କରିଥିଲା। ସିବିଅାଇ ଟିମ୍ ଆଜି ସକାଳ ୬.୩୦ରୁ ୭ଟା ମଧ୍ୟରେ ରିୟାଙ୍କ ଘରେ ପହଞ୍ଚିଲା। ପ୍ରାୟ  ତିନିରୁ ଚାରି ଘଣ୍ଟା ରେଡ୍ କଲା ରିୟାଙ୍କ ଘରେ। ରିୟା ଓ ସୌଭିକ ରୁମର ବି ତଲାଶି ଚାଲିବ। ରିୟା ଓ ସାମୁଏଲଙ୍କ ଘରେ ଏନସିବି ଟିମ୍ର ସର୍ଚ ଅପରେସନ୍ ଜାରି ରହିଛି। ଏନସିବିର ୮ ଜଣ ଏହି ସର୍ଚ ଅପରେସନରେ ସାମିଲ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.