ଡ୍ରଗ୍ସ ପେଡଲରକୁ ଧରିବାକୁ ଯାଇଥିବା ଏନସିବି ଟିମ୍ ଉପରେ ହମଲା: ଦୁଇ ଅଧିକାରୀ ଗୁରୁତର ଆହତ

Published By : Prameya-News7 Bureau | November 23, 2020 IST

ମୁମ୍ବାଇ ୨୩/୧୧ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଏଙ୍ଗଲ ଯାଞ୍ଚ କରୁଥିବା ଏନସିବି ଟିମ୍ ଲଗାତାର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଚଢ଼ାଉ ବେଳେ ରବିବାର ବିଳମ୍ବିତ ରାତିରେ ଏନସିବି ଟିମ୍ ଡ୍ରଗ୍ସ ପେଡ଼ଲରକୁ ଧରିବା ପାଇଁ ଗୋରେଗାଁଓ ଯାଇଥିଲା। ଏତିକିବେଳେ ଏନସିବି ଟିମ୍ ଉପରେ କିଛି ଲୋକେ ହମଲା କରିଥିଲେ। ଘଟଣାରେ ଏନସିବିର ଦୁଇ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଅଧିକାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରି ଅଧିକାରୀ ସେଠାରୁ ବାହାର କରିଥିଲା।

{"id":366305,"sizeSlug":"large"}

ସୂଚନା ଅନୁଯାୟୀ, ଏନସିବି ଟିମ୍ ରବିବାର ରାତିରେ ଗୋରେଗାଁଓ ଅଞ୍ଚଳରେ ଜଣେ ଡ୍ରଗ୍ସ ପେଡ଼ଲରକୁ ଧରିବାକୁ ଯାଇଥିଲେ। ଏନସିବି ଟିମ ସେଠାରେ ପହଞ୍ଚିବା କ୍ଷଣି ସେଠାରେ ଉପସ୍ଥିତ ଥିବା ପାଖାପାଖି ୫୦ଜଣ ଏନସିବି ଟିମ୍ ଉପରେ ହମଲା କରିଥିଲେ। ଟିମରେ ସେତେବେଳେ ଏନସିବିର ଜୋନାଲ୍ ଡ଼ାଇରେକ୍ଟର୍ ସମୀର ବାନଖଡେ ମଧ୍ୟ ଉପସ୍ଥିତ ଥିଲେ। ହମଲା ହେବା ପରେ ଅଧିକାରୀ ସେଠାରୁ ପଳାଇବାକୁ ଚେଷ୍ଟା କରିଥିଲେ। ସେତେବେଳେ ଦୁଇ ଅଧିକାରୀ ଆହତ ହୋଇଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇ ମୁମ୍ବାଇ ପୋଲିସ ସେଠାରେ ପହଞ୍ଚି କୌଣସି ପ୍ରକାରେ ସ୍ଥିତି ନିୟନ୍ତ୍ରଣ କରିଥିଲା ଓ ଅଧିକାରୀଙ୍କୁ ସେଠାରୁ ବାହାର କରିଥିଲା। ସୂଚନା ଅନୁଯାୟୀ, ଏନସିବି ଟିମ କୈରି ମେଣ୍ଡିସ ନାମକ ଜଣେ ଡ୍ରଗ୍ସ ପେଡ଼ଲରକୁ ଧରିବାକୁ ଯାଇଥିଲେ। ଗୋରେଗାଁଓ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଛି। ମୁମ୍ବାଇ ପୋଲିସ ଏହି ମାମଲାରେ ୩ଜଣଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.