Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଡ୍ରଗ୍ସ ମାମଲା : ସୁଶାନ୍ତ ସିଂ ରାଜପୁତଙ୍କ ବଡିଗାର୍ଡଙ୍କୁ ସମନ ପଠାଇଲା ଏନସିବି, ପୁଣି ଥରେ ହେବ ପଚରାଉଚରା

3/06/2021 at 10:48 AM

ନୂଆଦିଲ୍ଲୀ ୦୩/୦୬: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏନସିବି ତାଙ୍କ ବଡିଗାର୍ଡଙ୍କୁ ପଚରାଉଚରା କରିବା ପାଇଁ ଡାକିଛି । ପୂର୍ବରୁ ମଧ୍ୟ ସୁଶାନ୍ତଙ୍କ ବଡିଗାର୍ଡଙ୍କୁ ପଚରାଉଚରା କରାଯାଇଥିଲା। ଏହାପୂର୍ବରୁ ଏନସିବି ସୁଶାନ୍ତଙ୍କ ସେବକ ନୀରଜ ଏବଂ କେଶବଙ୍କୁ ପଚରାଉଚରା ପାଇଁ ଡକାଇଥିଲା।

ବୁଧବାର ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ହରିଶ ଖାନ ନାମକ ଜଣେ ଡ୍ରଗ୍ସ ପ୍ୟାଡଲରଙ୍କୁ ମଧ୍ୟ ଗିରଫ କରାଯାଇଛି। ବର୍ତ୍ତମାନ, ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଏନସିବି ନିରନ୍ତର ତଦନ୍ତ ଜାରି ରଖିଛି। ଭବିଷ୍ୟତରେ ଏହି ମାମଲାରେ ଆହୁରି ଅନେକ ଗିରଫ ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ସିଦ୍ଧାର୍ଥ ପିଠାନିଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା। ପିଠାନି ସୁଶାନ୍ତଙ୍କର ଜଣେ ବନ୍ଧୁ ଥିଲେ ଏବଂ ତାଙ୍କ ସହ ମୁମ୍ବାଇର ଉପନଗରୀ ବାନ୍ଦ୍ରାସ୍ଥିତ ଘରେ ରହୁଥିଲେ।

ଜୁନ୍ ୧୪ ରେ ସୁଶାନ୍ତ ସିଂ ରାଜପୁତଙ୍କ ଘରେ ତାଙ୍କ ମୃତଦେହ ମିଳିଥିଲା। ଯାହା ପରେ ମୁମ୍ବାଇ ପୋଲିସ ଏବଂ ପରେ ପାଟନା ପୋଲିସ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଇଥିଲା। ତେବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ପରେ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏଥି ସହିତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇଙ୍କ ସମେତ ଅନେକ ଲୋକଙ୍କୁ ଏହି ମାମଲାରେ ଡ୍ରଗ୍ସ ଆଙ୍ଗଲ୍ ସାମ୍ନାକୁ ଆସିବା ପରେ ନାରୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଦ୍ୱାରା ଗିରଫ କରାଯାଇଥିଲା।

   Related Posts