କମେଡ଼ିଆନ ଭାରତୀ ସିଂହଙ୍କ ଘରେ ଚଢ଼ାଉ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ

Published By : Prameya-News7 Bureau | November 21, 2020 IST

ମୁମ୍ବାଇ ୨୧/୧୧: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କମେଡ଼ିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରେ ଚଢ଼ାଉ କରିଛି। ଏଜେନ୍ସି ଦ୍ବାରା ଅନ୍ଧେରୀ,ଲୋଖଣ୍ଡଓ୍ବାଲା ଏବଂ ଭର୍ସୋଭା ସହିତ ୩ଟି ଅଲଗା ଅଲଗା ସ୍ଥାନରେ ଚଢ଼ାଉ କରାଯାଇଛି। ଯାଞ୍ଚ ଏଜେନ୍ସି ଏହାର ସୂଚନା ଦେଇଛି।

{"id":365235,"sizeSlug":"large"}

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠୁ ସାମନାକୁ ଆସିଥିବା ଡ୍ରଗ୍ସ ଆଙ୍ଗଲରେ ଏନସିବି ଲଗାତାର ଚଢ଼ାଉ କରୁଛି।  

{"id":365237,"sizeSlug":"large"}

ଏହା ପୂର୍ବରୁ ଡ୍ରଗ୍ସ ମାମଲାରେ ଶୁକ୍ରବାର ଅର୍ଜୁନ ରାମପାଲ ଏନସିବି ଅଫିସ୍ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଡ୍ରଗ୍ସ ମାମଲାରେ ଘଣ୍ଟା ଘଣ୍ଟା ଧରି ପଚରାଉଚୁରା ହୋଇଥିଲା। ଅର୍ଜୁନଙ୍କ ପୂର୍ବରୁ ତାଙ୍କ ଲିଭ ଇନ୍ ପାର୍ଟନର ଗାବ୍ରିଏଲାଙ୍କୁ ୨ ଦିନ ଯାଏଁ ପଚରାଉଚୁରା କରାଯାଇଥିଲା। ଏହା ପରେ କୋର୍ଟରେ ଅର୍ଜୁନ ରାମପାଲଙ୍କ ବନ୍ଧୁ ପାଲ ବରଟେଲଙ୍କୁ ହାଜର କରାଯାଇଥିଲା। ଏହା ପରେ ବରଟେଲଙ୍କୁ ନଭେମ୍ବର ୨୫ଯାଏଁ ବିଚାରବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.