Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ଡ୍ରଗ୍ସ ମାମଲାରେ ଅର୍ଜୁନ ରାମପାଲଙ୍କ ଘରେ ଏନସିବି ଚଢ଼ାଉ: ଡ୍ରାଇଭରକୁ ଉଠାଇ ନେଲେ

9/11/2020 at 1:32 PM

ମୁମ୍ବାଇ ୦୯/୧୧ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଏଙ୍ଗଲରୁ ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୋମବାର ଦିନ ଅଭିନେତା ଅର୍ଜୁନ ରାମପାଲଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଚଢ଼ାଉ କରିଛି। ଏନସିବିର ଗୋଟିଏ ଟିମ ଅର୍ଜୁନ ରାମପାଲଙ୍କ ଘର ଓ ଅଫିସରେ ସର୍ଚ୍ଚ ଅପରେସନ କରିଛି। ଏନସିବି ସୂତ୍ର ଅନୁସାରେ, ଅର୍ଜୁନ ରାମପାଲଙ୍କ ଡ୍ରାଇଭରକୁ ହେପାଜତକୁ ନିଆଯାଇଛି। ଡ୍ରଗ୍ସ ମାମଲାରେ ଅନେକ ବଲିଉଡ ସେଲିବ୍ରିଟିଙ୍କ ସହ ଅର୍ଜୁନ ରାମପାଲଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି।

ଏହା ପୂର୍ବରୁ ଏନସିବି ଡ୍ରଗ୍ସ ରଖିବା ଓ କାରବାର ମାମଲାରେ ଅର୍ଜୁନଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡ୍ସଙ୍କ ଭାଇ ଆଗିସିଆଲୋସଙ୍କୁ ପୁଣି ହେପାଜତକୁ ନେଇଛି।  ଆଗିସିଆଲୋସଙ୍କୁ ପୂର୍ବରୁ ଜାମିନ ମିଳିଥିଲା। ଏହାପରେ ଏନସିବି ପୁଣିଥରେ ତାଙ୍କୁ ହେପାଜତକୁ ନେଇଛି। ଏନସିବି ଧର୍ମା ପ୍ରଡକ୍ସନର ପୂର୍ବତନ କାର୍ଯ୍ୟନିର୍ବାହୀ ପ୍ରଯୋଜକ କ୍ଷିତିଜ ପ୍ରସାଦଙ୍କୁ ଅନ୍ୟ ଏକ ମାମଲାରେ ଗିରଫ କରିଛି।

ରବିବାର ଦିନ ଡ୍ରଗ୍ସ ଲିଙ୍କରେ ଏନସିବି ପ୍ରଯୋଜକ ଫିରୋଜ ନାଡିଆଡୱାଲାଙ୍କ ଘରେ ଚଢ଼ାଉ କରିଥିଲା। ଫିରୋଜଙ୍କ ଘରୁ ପାଖାପାଖି ୧୦ ଗ୍ରାମ ଗଂଜେଇ ଜବତ କରିଥିଲା। ଫିରୋଜଙ୍କ ପତ୍ନୀଙ୍କୁ ଏନସିବି ଗିରଫ କରିଛି।

ଏନସିବି ଶନିବାର ଦିନ ମୁମ୍ବାଇରେ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବାଣିଜ୍ୟିକ ପରିମାଣର ଗଂଜେଇ, ଚରସ, ଓ ଡ୍ରଗ୍ସ ଜବତ କରିଥିଲା। ଶନିବାର ଦିନ ଚଢ଼ାଉ ପରେ ୪ଜଣଙ୍କୁ ହେପାଜତକୁ ନିଆଯାଇଥିଲା। ଏମାନଙ୍କୁ ପଚରାଉଚୁରା ଜାରି ରହିଛି।

   Related Posts