Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଶାହାରୁଖ ଓ ଅନନ୍ୟାଙ୍କ ଘରେ NCBର ଚଢାଉ, ସର୍ଚ୍ଚ ଅପରେସନ୍ ପରେ ଅନନ୍ୟାଙ୍କୁ ହେବ ପଚରାଉଚୁରା…

21/10/2021 at 1:13 PM

ମୁମ୍ବାଇ ୨୧।୧୦ : ଡ୍ରଗ୍ସ ମାମଲା ବଲିଉଡ୍‌ର ପିଛା ଛାଡିବାର ନାଁ ଧରୁନି। ଶାହରୁଖ ଖାଁଙ୍କ ପୁଅ ଏହି ଡ୍ରଗ୍ସ ମାମଲାରେ ପଡ଼ି ଜେଲ୍‌ରେ ଥିବା ବେଳେ ଆଜି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ରେଡ୍‌ ହୋଇଛି। ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଏହି ଚଢାଉ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ଘରେ କରାଯାଇଛି। ଅନନ୍ୟା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବନ୍ଧୁ ଅଟନ୍ତି ।

ଏହା ସହିତ ତାଙ୍କୁ ଆଜି ଏନ୍‌ସିବି ଅଫିସ୍‌କୁ ପଚରାଉଚରା ପାଇଁ ଡକା ଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ଅଧିକ ତଥ୍ୟ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଏନସିବିର ଏହି ରେଡ୍ ଆର୍ଯ୍ୟନ୍ ଖାନ୍ ଡ୍ରଗ୍ ମାମଲା ସହ ଜଡିତ ଥାଇପାରେ ବୋଲି ବିଶ୍ୱାସ କରାଯାଏ। ଅନ୍ୟପଟେ ଏନସିବି ଟିମ୍‌ ମଧ୍ୟ ଶାହାରୁଖଙ୍କ ଘରେ ଚଢାଉ କରିଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଟିମ୍ ଶାହାରୁଖଙ୍କ ଘର ‘ମନ୍ନତ୍‌’ରେ ପହଞ୍ଚିଛି। ଗୁରୁବାର ସକାଳେ ଶାହାରୁଖ ତାଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଜେଲରେ ଭେଟିଥିଲେ।

ଏନସିବି ଆର୍ଯ୍ୟନ ଏବଂ ଜଣେ ଜଣାଶୁଣା ବଲିଉଡ ଅଭିନେତ୍ରୀଙ୍କ ସହ ଚାଟ୍ କରିଛନ୍ତି। ଚାଟ୍‌ରେ ଡ୍ରଗ୍ସ କାରବାର ବିଷୟରେ ଆଲୋଚନା ହୋଇଥିଲା। ଏହି ଚାଟ୍କୁ ଆଧାର କରି ଏନସିବି ଆର୍ଯ୍ୟନଙ୍କ ସମେତ ବାକି ଅଭିଯୁକ୍ତଙ୍କ ରିମାଣ୍ଡରେ ନେବାକୁ କୋର୍ଟରୁ ଆବେଦନ କରିଛି। ଏଭଳି ପରିସ୍ଥିତିରେ ସେ ଜଣାଶୁଣା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବୋଲି ପ୍ରଶ୍ନ ଉଠିଛି।

   Related Posts