ଡ୍ରଗ୍ସ୍ ଲିଙ୍କ୍ ମାମଲା : ଅଭିନେତା ଅର୍ଜୁନ ରାମପାଲଙ୍କୁ ଏନସିବିର ପଚରାଉଚରା

Published By : Prameya-News7 Bureau | November 13, 2020 IST

ମୁମ୍ବାଇ ୧୩।୧୧: ଡ୍ରଗ୍ସ ଲିଙ୍କ୍ ରେ ବଲିଉଡ୍ ଅଭିନେତା-ଅଭିନେତ୍ରୀଙ୍କୁ ଟାର୍ଗେଟ୍ କରିଛି ଏନସିବି । ଅଭିନେତା ଅର୍ଜୁନ ରାମପାଳଙ୍କୁ ଶୁକ୍ରବାର ଏନସିବି କାର୍ଯ୍ୟାଳୟରେ ପଚରାଉଚରା କରାଯାଉଛି । ଏହା ପୂର୍ବରୁ ଅର୍ଜୁନ ରାମପାଲଙ୍କ ଲିଭ୍ ଇନ୍ ପାର୍ଟନର ଗ୍ରୋବ୍ରିଏଲାଙ୍କୁ ମଧ୍ୟ ଏନସିବି ପଚରାଉଚରା କରିଥିଲା । ଅର୍ଜୁନ ରାମପାଲଙ୍କ ଘରେ ଛାନଭିନ୍ ପରେ ଏନସିବି ଅଭିନେତା ଏବଂ ତାଙ୍କ ଲିଭ୍ ଇନ୍ ପାର୍ଟନର ଗୋବ୍ରିଏଲାଙ୍କୁ ସମନ ଜାରି କରିଥିଲା । ତାଙ୍କ ଘରୁ ବ୍ୟାନ୍ ହୋଇଥିବା ଔଷଧ ଜବତ କରାଯାଇଥିଲା ।

ଅନ୍ୟପଟେ ଏନସିବି ଅଷ୍ଟ୍ରେଲିଆ ବଂଶୋଦ୍ଭବ ଆର୍କିଟେକ୍ଟ ପଲ୍ ବାର୍ଟଲଙ୍କୁ ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍ସ ଲିଙ୍କ୍ ରେ ଗିରଫ କରାଯାଇଛି । ପଲ୍ ବାର୍ଟଲ ଧରାପଡିଥିବା ଡ୍ରଗ୍ସ ସପ୍ଲାଏର ଆଜିସିଆଲସ୍ ଡେମେଟ୍ରିଏଡସ (ଅର୍ଜୁନ ରାମପାଲଙ୍କ ଲିଭ୍ ଇନ୍ ପାର୍ଟନର ଗୋବ୍ରିଏଲାଙ୍କ ଭାଇ) ଏବଂ ଅର୍ଜୁନ ରାମପାଲଙ୍କ ଜଣାଶୁଣା । ଏନସିବି ସୂତ୍ର ଅନୁସାରେ ଅର୍ଜୁନ ରାମପାଲ ଏବଂ ପଲ୍ ବାର୍ଟଲଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିପାରେ ।

ବୁଧବାର ରାତିରେ ଏନସିବି ପଲ୍ଙ୍କ ବାନ୍ଦ୍ରା ସ୍ଥିତ ଘରେ ମଧ୍ୟ ରେଡ୍ କରିଥିଲା । ତାଙ୍କ ଘରୁ କିଛି ଜବତ ହୋଇନଥିଲା । ପରେ ଏନସିବି ସମନ ଜାରି କରି ପଲ୍ ଙ୍କୁ ଗୁରୁବାର ପଚରାଉଚରା ପାଇଁ ଡକାଇଛି । ପ୍ରାୟ ୯ ଘଣ୍ଟା ପଚରାଉଚରା ପରେ ପଲ୍ ଙ୍କୁ ଏଜେନ୍ସୀ ଗିରଫ କରିଛି ।  

ଏହି ଘଟଣାରେ ଅର୍ଜୁନ ରାମପାଲ ଏବଂ ତାଙ୍କ ଲିଭ୍ ଇନ୍ ପାର୍ଟନରଙ୍କ ନାଁ ସେତେବେଳେ ପଦାକୁ ଆସିଥିଲା ଯେତେବେଳେ ଏନସିବିକୁ ଗୋବ୍ରିଏଲା ଡେମୋଟ୍ରିୟଡସଙ୍କ ଭାଇ ଏଗିସିଆଲସ୍ ଡେମୋଟ୍ରିୟଡସଙ୍କ ନିକଟରୁ ହଶିଶ ଏବଂ ଏପ୍ଲ୍ରାଜୋଲମ୍ ର ଔଷଧ ଜବତ ହୋଇଥିଲା । ବର୍ତ୍ତମାନ ଏଗିସିଆଲସ୍ ଏନସିବି ହେପାଜତରେ ରହିଛି । ଏନସିବି ସୂତ୍ର ଅନୁସାରେ ତାଙ୍କୁ ଅର୍ଜୁନ ଏବଂ ଗୋବ୍ରିଏଲାଙ୍କ ବିରୋଧରେ ଇଲେକ୍ଟ୍ରୋନିକ୍ ପ୍ରମାଣ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.