ମୁମ୍ବାଇ ୦୮/୧୦ : ମହାରାଷ୍ଟ୍ର ରେଲୱେ ପୋଲିସ ଏନସିବିର ଜଣେ ଅଧିକାରୀଙ୍କୁ ଗିରଫ କରିଛି। ଅଧିକାରୀଙ୍କ ବିରୋଧରେ ଜଣେ ମହିଳା ଚଳନ୍ତା ଟ୍ରେନରେ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି। ଯେଉଁ ଟ୍ରେନରେ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି ତାହା ହାଇଦ୍ରାବାଦରୁ ପୁନେ ମଧ୍ୟରେ ଚାଲେ। ଗିରଫ ପରେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୫୪ ଅନୁଯାୟୀ ମାମଲା ରୁଜ୍ଜୁ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଦୀନେଶ ଚୌହାନ। ତାଙ୍କୁ ପରଲି ରେଲୱେ ପୋଲିସ ଗିରଫ କରିଛି। ପରଲି ରେଲୱେ ଷ୍ଟେସନ ଔରଙ୍ଗାବାଦ ରେଲୱେ ୟୁନିଟରେ ଆସେ।
ଅଧିକାରୀଙ୍କ କହିବାନୁଯାୟୀ, ଦୀନେଶ ଚୌହାନ ହାଇଦ୍ରାବାଦରୁ ପୁନେ ଫେରୁଥିଲେ। ସେ ହାଇଦ୍ରାବାଦ କୋର୍ଟର ଏକ ମାମଲାରେ ଜାରି ଶୁଣାଣିରେ ସାମିଲ ହେବାକୁ ଯାଇଥିଲେ ଓ ପୁନେ ଫେରୁଥିଲେ। ସେ ଯେଉଁ କମ୍ପାର୍ଟମେଣ୍ଟରେ ଯାତ୍ରା କରୁଥିଲେ ସେଥିରେ ଜଣେ ୨୫ ବର୍ଷୀୟ ମହିଳା ମଧ୍ୟ ଯାତ୍ରା କରୁଥିଲେ। ମହିଳା କହିଛନ୍ତି ଯେ ଏନସିବି ତାଙ୍କୁ ଭୁଲ ତରିକାରେ ଛୁଇଁବାକୁ ଚେଷ୍ଟା କରିଥିଲେ। ଅଧିକାରୀ ବ୍ୟବହାରରେ ହଇରାଣ ହୋଇ ମହିଳା ପାଟି କରିଥିଲେ। ମହିଳାଙ୍କ ପାଟି ଶୁଣି କିଛି ଯାତ୍ରୀ ସେଠାରେ ପହଞ୍ଚିଥିଲେ। ତାପରେ ମାମଲା ନିୟନ୍ତ୍ରଣ ହୋଇଥିଲା।
ଗିରଫ ପରେ ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାନଖେଡେ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଦୀନେଶ ଅନେକ ଦିନ ଛୁଟିରେ ଅଛନ୍ତି ଏବଂ କିଛି ବ୍ୟକ୍ତିଗତ ସମସ୍ୟା କାରଣରୁ ସେ ଡ୍ୟୁଟିରେ ନାହାନ୍ତି। ସେ କହିଛନ୍ତି ଯେ ଦୀନେଶ ଚୌହାନ ତାଙ୍କର କୌଣସି ଅପରେସନରେ ସାମିଲ ହେଉନଥିଲେ। କିଛି ମାସ ପୂର୍ବରୁ ଦୀନେଶଙ୍କ ଦୁର୍ଘଟଣା ହୋଇଥିଲା ଓ ଦୁର୍ଘଟଣା ପରଠୁ ସେ ବହୁତ ଚିନ୍ତିତ ଥିଲେ ବୋଲି ସମୀର ୱାନଖେଡେ କହିଛନ୍ତି।