Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ନବାବ ମଲିକଙ୍କ ଆରୋପ ପରେ ଏନସିବି ଅଧିକାରୀଙ୍କ ପାଲଟା ଜବାବ: ମଲିକଙ୍କ ପାଖରେ ଏତେ ପ୍ରମାଣ ଅଛି ଯଦି ସେ କୋର୍ଟ କାହିଁକି ଯାଉନାହାନ୍ତି ?

7/11/2021 at 2:52 PM

ମୁମ୍ବାଇ ୦୭/୧୧ : ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରେ ମନ୍ତ୍ରୀ ନବାବ ମଲିକ ସମୀର ୱାନଖେଡେଙ୍କ ବିରୋଧରେ ଆଣିଥିବା ଅଭିଯୋଗ ମଧ୍ୟରେ ଏନସିବି ଅଧିକାରୀ ମନ୍ତ୍ରୀଙ୍କୁ ଓଲଟା ଜବାବ ଦେଇଛନ୍ତି। ଏନସିବି ଅଧିକାରୀ କହିଛନ୍ତି ମଲିକଙ୍କ ପାଖରେ ଯଦି ଏତେ ପ୍ରମାଣ ଅଛି ତାହେଲେ ସେ କୋର୍ଟ କାହିଁକି ଯାଉନାହାନ୍ତି। ମଲିକ ଆରୋପ ଲଗାଇଥିଲେ ଯେ ସମୀର ଦୁବାଇ ଓ ମାଳଦ୍ଵୀପରେ ଥିଲେ ଏବଂ ବିଜେପି ନେତା ମୋହିତ କମ୍ବୋଜଙ୍କ କଥା ହୋଇଥିଲେ। ଏହାପରେ ଏନସିବି ଅଧିକାରୀ ଏହି ବୟାନ ଦେଇଛନ୍ତି।

ନବାବ ମଲିକ ଏକ ସାମ୍ବାଦିକ ସମ୍ମିଳନୀରେ ଆରୋପ ଲଗାଇଛନ୍ତି ଯେ ପ୍ରକୃତରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଅପହରଣ କରାଯାଇଥିଲା ଓ ବଦଳରେ ଟଙ୍କା ଦାବି କରାଯାଇଥିଲା ଏବଂ ସମୀର ୱାନଖେଡେ ଏହି ଷଡଯନ୍ତ୍ରରେ ସାମିଲ ଥିଲେ। କ୍ରୁଜ ପାର୍ଟି ପାଇଁ ଆର୍ଯ୍ୟନ କୌଣସି ଟିକେଟ କିଣିନଥିଲେ। ପ୍ରତୀକ ଗାବା ଓ ଆମିର ଫର୍ନିଚରଵାଲା ତାଙ୍କୁ ପାର୍ଟିକୁ ଆମନ୍ତ୍ରିତ କରିଥିଲେ ବୋଲି ମଲିକ କହିଛନ୍ତି।

ଏନସିବି ଅଧିକାରୀ କହିଛନ୍ତି ଯେ ଯେଉଁ ଡିସୁଜା ଓ ଭିଭି ସିଂହଙ୍କ ଫୋନରେ କଥାବାର୍ତ୍ତାର ଅଡିଓ ନବାବ ମଲିକ ଜାରି କରିଛନ୍ତି ସେଥିରେ କିଛି ଭୁଲ ନାହିଁ। ଅଧିକାରୀ ଡିସୁଜାଙ୍କୁ ଫୋନ ନ ବଦଳେଇବାକୁ ଚେତାବନୀ ଦେଉଥିଲେ। ସମୀର ଡିସୁଜାଙ୍କ ଯୋଗାଯୋଗରେ ନଥିଲେ ବୋଲି ଏନସିବି ଅଧିକାରୀ କହିଛନ୍ତି।

ନବାବ ମଲିକ ରବିବାର ଦିନ ଆରୋପ ଲଗାଇଛନ୍ତି ଯେ ସମୀର ୱାନଖେଡେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଅପହରଣ ଷଡଯନ୍ତ୍ରରେ ସାମିଲ ଥିଲେ। ସେ ଦାବି କରିଛନ୍ତି ଯେ ବିଜେପି ନେତା ମୋହିତ ଏହି ଷଡଯନ୍ତ୍ର ମାଷ୍ଟରମାଇଣ୍ଡ ଥିଲେ। ମଲିକ ଦାବି କରିଛନ୍ତି ଯେ ସମୀର ଓଶିବାରାରେ ଏକ କବରସ୍ଥାନରେ ନେତାଙ୍କୁ ସାକ୍ଷାତ କରିଥିଲେ। ଆର୍ଯ୍ୟନ ଖାନ ଗିରଫ ହେବାପରେ ଠାରୁ ମନ୍ତ୍ରୀ ନବାବ ମଲିକ ଲଗାତାର ଏନସିବି ଅଧିକାରୀ ସମୀର ୱାନଖେଡେଙ୍କ ବିରୋଧରେ ଆରୋପ ଲଗାଉଛନ୍ତି।

   Related Posts