Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଏନସିବି ଅଧିକାରୀ ସମୀର ୱାନଖେଡେଙ୍କ ପତ୍ନୀ ଜଣେ ଅଭିନେତ୍ରୀ: ଏହି ହିଟ ଫିଲ୍ମରେ ଅଜୟ ଦେବଗନଙ୍କ ସହ ଆସିଥିଲେ ନଜର

8/10/2021 at 5:36 PM

ମୁମ୍ବାଇ ୦୮/୧୦ : ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଉପରେ ଚାଲିଥିଲା ଏନସିବି କାର୍ଯ୍ୟାନୁଷ୍ଠାନ ପୁରା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି। ମାମଲାରେ ଆକ୍ସନ ନେଇଥିବା ଏନସିବି ଅଧିକାରୀ ସମୀର ୱାନଖେଡେଙ୍କ ପତ୍ନୀ ବର୍ତ୍ତମାନ ଲାଇମଲାଇଟକୁ ଆସିଛନ୍ତି।

ଏହା ପୂର୍ବରୁ ମଧ୍ୟ ସମୀର ୱାନଖେଡେ ଅନେକ ହାଇପ୍ରୋଫାଇଲ ଡ୍ରଗ୍ସ ମାମଲା ଖୁଲାସା କରିଛନ୍ତି। ଏପଟେ ସମୀରଙ୍କ ପତ୍ନୀ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ। ଜଣେ ଅଭିନେତ୍ରୀ ହିସାବରେ ସେ ଫିଲ୍ମରେ ଆକ୍ଟିଭ ଅଛନ୍ତି। ସମୀର ୱାନଖେଡେଙ୍କ ପତ୍ନୀ କ୍ରାନ୍ତି ରେଡକର ଜଣେ ଅଭିନେତ୍ରୀ। କ୍ରାନ୍ତି ଅଜୟ ଦେବଗନଙ୍କ ସହ ଫିଲ୍ମ ଗଙ୍ଗାଜଳରେ ନଜର ଆସିଥିଲେ। ଫିଲ୍ମ ୨୦୦୩ ରେ ରିଲିଜ ହୋଇଥିଲା।

କ୍ରାନ୍ତି ଯାତ୍ରା (୨୦୦୬), କରାର (୨୦୧୭), ନ ଏଣ୍ଟ୍ରି ପୁଧେ ଧୋକା ଆହେ (୨୦୧୨) ଭଳି ଅନେକ ମରାଠୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। କ୍ରାନ୍ତି ଜଣେ ଉନଫ୍ଲୁଏନସର ଓ ଏକ ଫ୍ୟାସନ ଲାଇନର ମାଲିକାଣି ମଧ୍ୟ।

ସମୀର ୱାନଖେଡେଙ୍କ କାମ ସମ୍ପର୍କରେ କ୍ରାନ୍ତି ଇ ଟାଇମ୍ସକୁ କହିଛନ୍ତି, ‘ମୁଁ ତାଙ୍କ ପ୍ୟାଣ୍ଟରେ ରକ୍ତ ଛିଟା ଦେଖିଛି। ଅନେକଥର ତାଙ୍କ ପୋଷାକ ମଧ୍ୟ ଫାଟି ଯାଇଥାଏ। ମୋତେ ଲାଗୁଛି ଲୋକେ ଏସବୁ କଥା ଜାଣିନଥିବେ। ମୁଁ ତାଙ୍କୁ କେବେ ବି ପଚାରେନି ସେ କେଉଁଠି ଥିଲେ, କଣ କଲେ। କିନ୍ତୁ ରେଡ୍ କରିବା ଓ ଡ୍ରଗ୍ସ ମାଫିଆଙ୍କ ସହ ମୁକାବିଲା କରିବା ସହଜ କଥା ନୁହେଁ। ଏତେ କରିବା ପରେ ବି ଲୋକେ ତାଙ୍କ କାମକୁ ପ୍ରଶଂସା କରନ୍ତିନି। ଅନେକଥର ପ୍ରଶ୍ନ ଉଠେ ଯେ ସେ ଏସବୁ କାହିଁକି କରୁଛନ୍ତି। ଏହା ଏକ ଥ୍ୟାଙ୍କଲେସ ଜବ। କିନ୍ତୁ ଏବେ ଧୀରେ ଧୀରେ ସବୁ ବଦଳୁଛି। ମୋତେ ଲାଗୁଛି ଗଣମାଧ୍ୟମ ଓ ଜନତା ତାଙ୍କୁ ସମର୍ଥନ କରୁଛନ୍ତି।’

କ୍ରାନ୍ତି କହିଛନ୍ତି ସମୀରଙ୍କୁ ଅନେକ ଧମକ ମିଳେ ଓ ଭୟଙ୍କର ଧମକ ବି ମିଳେ। ସେମାନେ କେବଳ ନିଜ କାମରେ ବାହାରକୁ ଯାଆନ୍ତି। ଖାସ କରି ପିଲାଙ୍କ ସହ ସେମାନେ କୁଆଡେ ବୁଲିବାକୁ ଯାଆନ୍ତି ନାହିଁ ବୋଲି ସେ କହିଛନ୍ତି। ପିଲାଙ୍କୁ ନେଇ ବାହାରକୁ ବୁଲିବାକୁ ଯିବା ବହୁତ ବିପଦଜନକ। କିନ୍ତୁ ନିଜ ସ୍ୱାମୀଙ୍କ ପାଇଁ ଗର୍ବିତ ବୋଲି କ୍ରାନ୍ତି କହିଛନ୍ତି।

ସମୀର ୱାନଖେଡେ ଏହା ପୂର୍ବରୁ ବଲିଉଡର ଅନେକ କଳାକାରଙ୍କୁ ପଚରାଉଚୁରା ପାଇଁ ଏନସିବି କାର୍ଯ୍ୟାଳୟକୁ ଡାକିଥିଲେ। ଏଥିରେ ଦୀପିକା ପାଦୁକୋନ, ରକୁଲପ୍ରୀତ ସିଂହ, ଶ୍ରଦ୍ଧା କପୁରଙ୍କ ଭଳି ଅଭିନେତ୍ରୀ ମଧ୍ୟ ସାମିଲ ଅଛନ୍ତି। ସମୀର ୱାନଖେଡେଙ୍କ ଟିମ ଯୋଗୁଁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତୀଙ୍କୁ ମାସେ ଯାଏଁ ଜେଲରେ ରହିବାକୁ ପଡିଥିଲା।

   Related Posts