ନବାବ ମଲିକଙ୍କ ଆରୋପକୁ ନେଇ ଏନସିବିର ଓଲଟା ପ୍ରଶ୍ନ: କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିବାକୁ ଆପଣ କିଏ ?

Published By : Prameya-News7 Bureau | October 29, 2021 IST

ମୁମ୍ବାଇ ୨୯/୧୦ : ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକ ପୁଣିଥରେ ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାନଖେଡେଙ୍କ ଉପରେ ଆରୋପ ଲଗାଇଛନ୍ତି। ଏନସିବିର ଜଣେ ବରିଷ୍ଠ ଅଧିକାରୀ ନବାବ ମଲିକଙ୍କ ଆରୋପକୁ ନେଇ ତାଙ୍କୁ ପ୍ରଶ୍ନ କରିଛନ୍ତି। ଏନସିବି ଅଧିକାରୀ ପ୍ରଶ୍ନ କରିଛନ୍ତି ଯେ ଯଦି ସମୀର ୱାନଖେଡେ କାସିଫକୁ ଜାଣିଛନ୍ତି ତାହେଲେ ନବାବ ମଲିକ କୌଣସି ଫଟୋ, ଭିଡିଓ କିମ୍ବା କୌଣସି କଲ ଡାଟା ରେକର୍ଡ କାହିଁକି ସେୟାର କରୁନାହାନ୍ତି ? ନବାବ ମଲିକ କୌଣସି ଅଧିକାରୀଙ୍କୁ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିବାକୁ କିଏ ? 

ଏନସିବି ଅଧିକାରୀ କହିଛନ୍ତି, କେଉଁ କ୍ଷମତାରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହୁଛନ୍ତି। ଲୋକଙ୍କୁ ଟ୍ରାପ କରାଯିବ ତାଙ୍କର ଇଛା କି ? ଯଦି କାସିଫ ଖାନ ସେକ୍ସ ରାକେଟରେ ସାମିଲ ତାହେଲେ ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ କରିନି କାହିଁକି ? ମୁମ୍ବାଇ ପୋଲିସ ଯେଉଁ ଏସଆଇଟି ଗଠନ କରିଛି ତା ସାମ୍ନାରେ କାସିଫ ଖାନକୁ କାହିଁକି ଡକାଯାଉନାହିଁ ? ନବାବ ମଲିକ ଏହା ପୂର୍ବରୁ ମଧ୍ୟ ଏମିତି ଅନେକ ପ୍ରଶ୍ନ କରିଛନ୍ତି ଓ ପରେ ପଳାୟନ କରିଛନ୍ତି। ଯେମିତି ସମୀର ୱାନଖେଡେ ଦୁବାଇ ଯାଇଥିବା ନବାବ ମଲିକଙ୍କ ପାଖରେ କିଛି ପ୍ରମାଣ ନାହିଁ।

ଏନସିବି ଅଧିକାରୀ ଆଗକୁ କହିଛନ୍ତି, ସମୀର ୱାନଖେଡେ ନିଜ ଭଉଣୀ ସହ ମାଳଦ୍ଵୀପ ଯାଇଥିଲେ ଓ ସେଠାରେ ଫିଲ୍ମ ତାରକାଙ୍କ ସହ ଦେଖା କରିଥିଲେ ତାର କୌଣସି ପ୍ରମାଣ ନବାବ ମଲିକ ଦେଇ ନାହାନ୍ତି। ସମୀରଙ୍କ ପିତା ନିଜ ଧର୍ମ ବଦଳାଇଥିଲେ ଏହାର କୌଣସି ଅଫିଡେଭିତ ବା କନଭର୍ସନ ସାର୍ଟିଫିକେଟ ମଧ୍ୟ ନବାବ ମଲିକ ଦେଇନାହାନ୍ତି। ନବାବ ମଲିକ ଧାରଣା ଯୁଦ୍ଧ ଲଢ଼ୁଛନ୍ତି। ଗଣମାଧ୍ୟମକୁ ଆସି କେବଳ ଆରୋପ ଲଗାଉଛନ୍ତି କିନ୍ତୁ କୌଣସି ପ୍ରମାଣ ସେୟାର କରୁନାହାନ୍ତି।

ନବାବ ମଲିକ ପୂର୍ବରୁ କ୍ରୁଜରେ ଗାର୍ଲଫ୍ରେଣ୍ଡ ସହ ଯେଉଁ ଦାଢ଼ିଵାଲା ଡ୍ରଗ୍ସ ମାଫିଆ ସମ୍ପର୍କରେ କହିଥିଲେ ତାକୁ ନେଇ ମଲିକ ଆଜି ନୂଆ ଆରୋପ ଲଗାଇଛନ୍ତି। ସେ କହିଛନ୍ତି, 'ମୁମ୍ବାଇରେ କ୍ରୁଜରେ ଯେଉଁ ଦାଢ଼ିଵାଲା ବ୍ୟକ୍ତି ଡ୍ରଗ୍ସ ପାର୍ଟି ଆୟୋଜନ କରିଥିଲେ ତାଙ୍କ ନାଁ କାସିଫ ଖାନ। ଏନସିବି ଚଢ଼ଉ ବେଳେ ସେ ସେଠାରେ ଉପସ୍ଥିତ ଥିଲେ କିନ୍ତୁ ସମୀର ୱାନଖେଡେ ତାଙ୍କୁ ଧରିନଥିଲେ। କାରଣ କାସିଫ ଖାନ ସମୀରଙ୍କ ବନ୍ଧୁ ଥିଲେ। କାସିଫ ଖାନ ଫ୍ୟାସନ ଟିଭି ଇଣ୍ଡିଆର ମୁଖ୍ୟ ଏବଂ ଦେଶର ପର୍ଣ୍ଣୋଗ୍ରାଫି, ଡ୍ରଗ୍ସ ଓ ସେକ୍ସ ରାକେଟ ଚଲାଏ। କାସିଫ ଖାନଙ୍କୁ ଡ୍ରଗ୍ସ ସିଣ୍ଡିକେଟ ସହ ଯୋଡି ନବାବ ମଲିକ ଆରୋପ ଲଗାଇଛନ୍ତି ଯେ ସମୀର ୱାନଖେଡେ ନିଜେ ଏକ ଦରସଗା ସିଣ୍ଡିକେଟରେ ସାମିଲ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.