ପ୍ରଥମେ ନିଶା ଦେଉଥିଲେ, ପରେ ଯୁବତୀଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ : ୨ ଜଣଙ୍କୁ ଗିରଫ କଲା ଏନସିବି

Published By : Prameya-News7 Bureau | July 30, 2021 IST

ମୁମ୍ବାଇ, ୩୦/୦୭ :  ଚଳାଇଥିଲେ ଦେହ ବେପାର । ଯୁବତୀଙ୍କ ନିଶା ଦେଇ କରୁଥିଲେ ବ୍ୟବସାୟ । ଏପରି ଏକ ରାକେଟର ପର୍ଦ୍ଦାଫାସ କରିଛି ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ  । ଏହି ମାମଲାରେ ପୋଲିସ ରାକେଟର ଜଣଙ୍କୁ ଗିରଫ କରିଥିବା ବେଳେ ମାଷ୍ଟରମାଇଣ୍ଡ ଏବେବି ଫେରାର ରହିଛି ।

ସୂଚନାନୁସାରେ, ମୁମ୍ବାଇ ଏନସିବିକୁ ଦେହ ବ୍ୟବସାୟ ଚାଲୁଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାପରେ ଟିମ୍ ଓ ପୋଲିସ ଅନ୍ଧେରୀ ଅଞ୍ଚଳରେ ଚଢଉ କରିଥିଲେ । ଏଠାରେ ଜଣେ ମହିଳା ଡ୍ରଗ୍ସ ମାଫିଆକୁ ଟିମ୍ ଗିରଫ କରିବା ସହ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ କରିଥିଲା । ମହିଳାଙ୍କୁ ପଚରାଉଚରା ପରେ ପୋଲିସ ଆଉ ଏକ ସ୍ଥାନରେ ଚଢଉ କରିଥିଲା । ସେଠାରେ ରୋହନ ପାଣ୍ଡେ ନାମକ ଜଣେ ଯୁବକଙ୍କୁ ଧରିଥିଲା ପୋଲିସ ।

ରୋହନ ଗିରଫ ହେବା ପରେ ଅନେକ ସାଙ୍ଘାତିକ ତଥ୍ୟ ଦେଇଥିଲେ । ସେ ମହିଳା ଓ ଯୁବତୀଙ୍କୁ ନିଶା ଦେଇ ଦେହ ବ୍ୟବସାୟରେ ସାମିଲ କରୁଥିଲେ । ଏପରି ଭାବେ ସେ ଦୀର୍ଘ ଦିନ ହେବ ରାକେଟ୍ ଚଳାଇଥିଲେ । ସେ ୨୨ରୁ ୨୫ ବର୍ଷୀୟା ମହିଳାଙ୍କୁ ଟାର୍ଗେଟ୍ କରୁଥିଲେ ।

ମୁମ୍ବାଇ ଏନସିବି ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେ କହିଛନ୍ତି ଯେ, ଏପରି ପ୍ରଥମ ଥର ହୋଇଛି ଯେତେବେଳେ ଜଣେ ମହିଳା ହୋଟେଲରେ ରହି ନିଶା ଦେଇ ରାକେଟ୍ ଚଳାଉଛି । ଯେଉଁ ହୋଟେଲରେ ଏହି କାରବାର ଚାଲୁଥିଲା ତାକୁ ମଧ୍ୟ ସିଲ୍ କରାଯାଇଥିବା ସେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.