Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ସୁଶାନ୍ତ ସିଂ ମୃତ୍ୟୁ ମାମଲା : ଆଜି NCBରେ ହାଜର ହେବେ ରିୟା ଚକ୍ରବର୍ତ୍ତୀ, ହୋଇପାରନ୍ତି ଗିରଫ

6/09/2020 at 8:33 AM

ମୁମ୍ବାଇ ୦୬।୦୯: ସୁଶାନ୍ତ ସିଂହ ରାଜପୁତ ହତ୍ୟା ମାମଲାରେ ଡ୍ରାଗ୍ସ ମାମଲା ସାମ୍ନାକୁ ଆସିବା ପରଠାରୁ ଅଭିନେତ୍ରୀ ରିୟା ଦିନକୁ ଦିନ ଛନ୍ଦି ହେଉଥିବାର ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ଏନ୍‌ସିବି ରିୟାଙ୍କ ଭାଇ ସୌଭିକ ଓ ସୁଶାନ୍ତଙ୍କ ହାଉସ୍‌ ମ୍ୟାନେଜର ସାମ୍ୟୁଏଲ୍‌ ମିରାଣ୍ଡାଙ୍କୁ ଗିରଫ କରିସାଇଛି । ସେହିପରି ଶନିବାର ଦିନ ଏହି ୨ଜଣଙ୍କୁ ଏନ୍‌ସିବି ସୁଶାନ୍ତଙ୍କ ଷ୍ଟାପ୍‌ ଦିପେଶ ସାଓ୍ୱନ୍ତଙ୍କ ମଧ୍ୟ ଗିରଫ କରିଛି ।

ସେହିପରି ଆଜି NCBରେ ହାଜର ହେବେ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ । ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ଭଉଣୀ ରିୟାଙ୍କୁ ସାମ୍ନାସାମ୍ନି ଜେରା କରିବ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) । ସେହିପରି ମିଳିଥିବା ପ୍ରମାଣ ଆଧାରରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ରିୟା ଚକ୍ରବର୍ତ୍ତୀଙ୍କୁ ବି ଗିରଫ କରିବା ସମ୍ଭାବନା ବଢ଼ିଛି । ଅନୁମାନ କରାଯାଉଛି ଆଜି ରିୟାଙ୍କୁ ଜେରା ପରେ ଡ୍ରଗ୍ସ କାରବାର ମାମଲାରେ NCB ଗିରଫ କରିପାରେ । ରିୟାଙ୍କ ଘରେ NCB ଟିମ୍ ପହଞ୍ଚିଛି‌ ।

ସେହିପରି ସୁଶାନ୍ତ ସିଂ ରାଜପୁତ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ସାମୁଏଲ୍ ମିରାଣ୍ଡାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଛି । ସୁଶାନ୍ତଙ୍କ ବ୍ୟକ୍ତିଗତ ସହାୟକ ଦୀପେଶ ସାୱନ୍ତଙ୍କୁ ମଧ୍ୟ ଗିରଫ କରି ସାରିଛି NCB । ଏନସିବି ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରିସାରିଲାଣି। ଯେଉଁଥିରେ ରିୟାଙ୍କ ଭାଇ ଓ ସାମୁଏଲ ସହିତ ଅନ୍ୟ ଡ୍ରଗ ଡିଲରମାନେ ଅଛନ୍ତି। ନିଶା କାରବାର ଅଭିଯୋଗରେ ଗିରଫ ହୋଇଥିବା କୈଜାନ ଇବ୍ରାହିକୁ ବେଲ୍ ମିଳି ସାରିଛି।

   Related Posts