Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ବଲିଉଡ୍ ଡ୍ରଗ୍ସ୍ ଲିଙ୍କ୍ ମାମଲା : ଦୀପିକା, ସାରା, ଶ୍ରଦ୍ଧା ଓ କରିସ୍ମାଙ୍କୁ ଏନସିବିରୁ କ୍ଲିନ୍ ଚିଟ୍ !

30/09/2020 at 12:56 PM

ମୁମ୍ୱାଇ ୩୦।୯: ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର ଏବଂ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଏନସିବି ଏକ ପ୍ରକାରର କ୍ଲିନ୍ ଚିଟ୍ ଦେଇଛି ବୋଲି ଶୁଣିବାକୁ ମିଳୁଛ ।

ଶନିବାର ଦିନ ଦୀପିକା ପାଦୁକୋନ୍ ଏବଂ କରିସ୍ମା ପ୍ରକାଶ ଏନସିବି ଅଧିକାରୀଙ୍କୁ କହିଛନ୍ତି ଯେ ୨୦୧୭ ହ୍ବାଟସ୍ ଆପ୍ ଚାଟ୍‌ରେ ସେମାନେ ମାଲ୍, ଓ୍ବିଡ୍, ହ୍ୟାସ୍, ଡବ୍ ଆଦି କୋଡ୍ ଓ୍ବାଡ୍ ବିଭିନ୍ନ ପ୍ରକାରର ସିଗାରେଟ୍ ପାଇଁ ବ୍ୟବହାର କରିଥିଲେ । ଦୁହେଁ କହିଛନ୍ତି ଯେ ସେମାନେ ନିମ୍ନ ମାନର ସିଗାରେଟ୍ ପାଇଁ ମାଲ୍, ସ୍ଲିମ୍ ଏବଂ ଉନ୍ନତ ମାନର ସିଗାରେଟ୍ ପାଇଁ ହ୍ୟାସ୍ ଏବଂ ଓ୍ବିଡ୍ ଏବଂ ମୋଟା ସିଗାରେଟ୍ ପାଇଁ ଡବ୍ ବୋଲି ବ୍ୟବହାର କରୁଥିଲେ ।

ଏନସିବି ଅଧିକାରୀମାନେ ଭିନ୍ନ ଭିନ୍ନ ରୁମ୍‌ରେ ଉଭୟ ଦୀପିକା ଏବଂ କରିସ୍ମାଙ୍କୁ ସମାନ ପ୍ରଶ୍ନ ପଚାରିଥିଲେ । ଜଣେ ଅଧିକାରୀ କହିଛନ୍ତି ଯେ, ଉଭୟ ସମାନ କୋଡ୍ ଓ୍ବାଡ୍‌ ସମାନ ଭାବେ ପ୍ରକାଶ କରିଥିବାରୁ ଆମେ ସନ୍ତୁଷ୍ଟ ହୋଇଥିଲୁ । ଏନସିବି ସେମାନଙ୍କର ୨୦୧୭ ମସିହାର ହ୍ବାଟସ୍ ଆପ୍ ଚାଟ୍ ଉପରେ ଏହି ଦୁଇ ଜଣଙ୍କୁ ପ୍ରଶ୍ନ କରିଥିଲା । ଯେଉଁଥିରେ ସେମାନେ କିଛି କୋଡ୍ ଓ୍ବାଡ୍ ବିଷୟରେ ଆଲୋଚନା କରିଥିଲେ । ଫଳରେ ସନ୍ଦେହ କରାଯାଉଥିଲା ଯେ ସେମାନେ ଡ୍ରଗ୍ ବିଷୟରେ ଆଲୋଚନା କରୁଛନ୍ତି ।

   Related Posts