ସମ୍ପର୍କୀୟଙ୍କ ଠାରୁ ବ୍ୟାକ୍ ଡେଟ୍ ପ୍ରେସକ୍ରିପସନ୍ ଆଣି ଏନସିବିକୁ ଦେଇଥିଲେ ଅର୍ଜୁନ ରାମପାଲ
22/12/2020 at 3:10 PM

ମୁମ୍ବାଇ ୨୨/୧୨ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଏଙ୍ଗଲା ରୁ ତଦନ୍ତ କରିଥିଲା। ତଦନ୍ତରେ ବଲିଉଡର ଅନେକ କଳାକାରଙ୍କୁ ଜେରା କରିଛି। ସୋମବାର ଦିନ ଏନସିବି ଏହି ମାମଲାରେ ଅର୍ଜୁନ ରାମପାଲଙ୍କୁ ପାଖାପାଖି ୬ ଘଣ୍ଟା ପଚରାଉଚୁରା କରିଥିଲା। ଏନସିବି ଯାଞ୍ଚର ଜଣାପଡିଥିଲା ଯେ ଅର୍ଜୁନ ରାମପାଲ ପ୍ରତିବନ୍ଧିତ ଔଷଧ ସମ୍ବନ୍ଧରେ ବେଆଇନ ତରିକାରେ ବ୍ୟାକ ଡେଟ ପ୍ରେସକ୍ରିପସନ ଆଣି ଏନସିବିକୁ ଦେଇଥିଲେ। ଏଥିପାଇଁ ଅର୍ଜୁନ ରାମପାଲ ନିଜର ଜଣେ ସମ୍ପର୍କୀୟଙ୍କ ସାହାଯ୍ୟ ନେଇଥିଲେ।

ମାସେ ଅନ୍ତରାଳରେ ଏନସିବି ଦୁଇଥର ଅର୍ଜୁନ ରାମପାଲଙ୍କୁ ପଚରାଉଚୁରା କରିଛି। ଏନସିବି ଗତ ନଭେମ୍ବର ୧୧ ତାରିଖରେ ଚଢ଼ଉ କରିବା ପରେ ଅର୍ଜୁନ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଗେବ୍ରିଏଲାଙ୍କୁ ପଚରାଉଚୁରା କରିଥିଲା ଓ ଗେବ୍ରିଏଲାଙ୍କ ଭାଇ ଏଜିସିଲୋସଙ୍କୁ ଗିରଫ କରିଥିଲା। ଅର୍ଜୁନ ଏନସିବି ସାମ୍ନାରେ ଦିଲ୍ଲୀର ଜଣେ ଡାକ୍ତର ରୋହିତ ଗର୍ଗଙ୍କ ପ୍ରେସକ୍ରିପସନ ଦେଖାଇଥିଲେ।
ରିପୋର୍ଟ ଅନୁଯାୟୀ, ଡାକ୍ତର ରୋହିତ ଗର୍ଗ ଏନସିବି ଦେଇଥିବା ବୟାନରେ କହିଛନ୍ତି ଯେ ସେ ଏନସିବି ତଦନ୍ତ ସମ୍ପର୍କରେ କିଛି ଜାଣିନଥିଲେ। ତାଙ୍କୁ ଅର୍ଜୁନ ରାମପାଲଙ୍କ ଜଣେ ସମ୍ପର୍କୀୟ କମନ ଫ୍ରେନ୍ଡ ଜରିଆରେ ଆପ୍ରୋଚ୍ କରିଥିଲେ। ଅର୍ଜୁନଙ୍କ ସମ୍ପର୍କୀୟ କହିଥିଲେ ତାଙ୍କୁ ଏଞ୍ଜାଇଟି ସମସ୍ୟା ଅଛି ଏବଂ ସେ ବ୍ୟାକ୍ ଡେଟ୍ ପ୍ରେସକ୍ରିପସନ୍ ମାଗିଥିଲେ। ଡାକ୍ତରଙ୍କ ବୟାନ ପରେ ସ୍ପଷ୍ଟ ହୋଇଯାଇଛି ଯେ ଅର୍ଜୁନ ରାମପାଲ ବର୍ତ୍ତମାନ ବଡ ସଂକଟରେ ଫସି ଯାଇଛନ୍ତି।
ଏହି ରିପୋର୍ଟରେ ଦାବି କରାଯାଇଛି ଯେ ପ୍ରମାଣ ନଷ୍ଟ କରାଯାଇଥିବା ସନ୍ଦେହରେ ମଧ୍ୟ ଏନସିବି ଯାଞ୍ଚ କରୁଛି। ଯଦି ଏମିତି କୌଣସି ପ୍ରମାଣ ମିଳେ ତାହେଲେ ଏନସିବି ମୁମ୍ବାଇ କିମ୍ବା ଦିଲ୍ଲୀ ପୋଲିସକୁ ତଦନ୍ତ ପାଇଁ ସାହାଯ୍ୟ ମାଗିପରେ।